ଓଡିଶା

odisha

ETV Bharat / bharat

ଗାନ୍ଧୀଙ୍କ ନାଁରେ ମୁଦ୍ରା ଜାରି କରିବ ବ୍ରିଟେନ

ଭାରତର ସ୍ବାଧିନତାର ନାୟକ ଓ କୃଷ୍ଣକାୟଙ୍କ ଅଧିକାର ପାଇଁ ଲଢିଥିବା ମହାତ୍ମାଗାନ୍ଧୀଙ୍କ ନାମରେ ମୁଦ୍ରା ଜାରି କରିବାକୁ ଯୋଜନା କରୁଛି ବ୍ରିଟେନ ।

By

Published : Aug 2, 2020, 2:46 PM IST

ମହାତ୍ମାଗାନ୍ଧୀଙ୍କ ନାମରେ ମୁଦ୍ରା
ମହାତ୍ମାଗାନ୍ଧୀଙ୍କ ନାମରେ ମୁଦ୍ରା

ଲଣ୍ଡନ: ଭାରତର ସ୍ବାଧିନତାର ନାୟକ ଓ କୃଷ୍ଣକାୟଙ୍କ ଅଧିକାର ପାଇଁ ଲଢିଥିବା ମହାତ୍ମାଗାନ୍ଧୀଙ୍କ ନାମରେ ମୁଦ୍ରା ଜାରି କରିବାକୁ ଯୋଜନା କରୁଛି ବ୍ରିଟେନ । ବ୍ରିଟେନର ଅର୍ଥମନ୍ତ୍ରୀ ତଥା ଭାରତୀୟ ମୂଳ ନେତା ଋଷି ସୁନକ ଏନେଇ ମୁଦ୍ରା ପ୍ରଦାନକାରୀ କମିଟି ରୟାଲ ମେଣ୍ଟ ଆଡଭାଇଜରୀ କମିଟି (ଆରଏମଏସି) କୁ ଏକ ଚିଠି ଲେଖିଛନ୍ତି । ଗାନ୍ଧୀଙ୍କ ମାନବିକତା ପ୍ରତି ଅବଦାନକୁ ମନେ ରଖିବା ପାଇଁ ଏହି ମୁଦ୍ରାକୁ ଜାରି କରିବାକୁ କୁହାଯାଇଛି ।

RMAC କୁ ପଠାଯାଇଥିବା ଚିଠିରେ ସେ କହିଛନ୍ତି ଯେ କୃଷ୍ଣକାୟ, ଏସୀୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ମାନବିକତାର ବିକାଶରେ ବିଶେଷ ଅବଦାନ ରଖିଛନ୍ତି। କମିଟି ସେମାନଙ୍କର ଅବଦାନକୁ ମନେ ରଖିବା ଉଚିତ୍ । ପ୍ରକାଶଥାଉକି, RMAC ହେଉଛି ବ୍ରିଟେନର ଏକ ସ୍ବାଧିନ କମିଟି । କଳା ଓ ସଂସ୍କୃତି ଜଗତର ବିଶେଷଜ୍ଞମାନଙ୍କୁ ନେଇ ଏହି କମିଟି ବ୍ରିଟେନର ଅର୍ଥମନ୍ତ୍ରୀଙ୍କୁ ମୁଦ୍ରାର ଥିମ୍ ଓ ଡିଜାଇନ୍ ସୁପାରିଶ କରନ୍ତି। ଏହି ସୁପାରିଶକୁ ଆଧାର କରି ବ୍ରିଟେନରେ ନୂତନ ମୁଦ୍ରା ଜାରି କରାଯାଏ ।

ଅତୀତରେ ସାମ୍ରାଜ୍ୟବାଦୀ ଥିବା ବ୍ରିଟେନରେ ଏସୀୟ ଓ କୃଷ୍ଣକାୟ ମଧ୍ୟରେ ଜନ୍ମ ନେଇଥିବା ନୂତନ ଆଗ୍ରହର କାରଣ କୃଷ୍ଣକାୟ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ । ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଆମେରିକାରେ ପୋଲିସ ପ୍ରଶାସନ ବିରୋଧରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ଏହାର ପ୍ରଭାବ ବ୍ରିଟେନରେ ମଧ୍ୟ ଦେଖାଗଲା । ବ୍ରିଟେନ ଇତିହାସ, ଉପନିବେଶବାଦ ଓ ଜାତିଭେଦକୁ ଏକ ନୂତନ ଦୃଷ୍ଟିକୋଣରେ ଦେଖିବାକୁ ମିଳିଲା। ବ୍ରିଟେନର ଏହି ପଦକ୍ଷେପ ବିଶ୍ବର ପରିବର୍ତ୍ତିତ ବାସ୍ତବତା ସହିତ ସୁସଂଗତ ଭାବରେ ଦେଖାଯାଉଛି ।

ABOUT THE AUTHOR

...view details