ହାଇଦ୍ରାବାଦ: ଘରେ ସବୁବେଳେ ସକରାତ୍ମକ ଶକ୍ତି ବା ଉର୍ଜା ବଜାୟ ରଖିବା ଆବଶ୍ୟକ । ଘରେ ହସଖୁସି ଭରି ରହିବା ପାଇଁ ପଜିଟିଭ ବାତାବରଣର ଜରୁରୀ ଅଛି । ଆପଣ ଯେତେ ଖୁସି ରହିବାକୁ ଚେଷ୍ଟା କଲେ ମଧ୍ୟ ଘରେ ବାସ୍ତୁ ଦୋଷ ଥିଲେ ସୁଖ ଶାନ୍ତି ସବୁବେଳେ ରହିପାରେ ନାହିଁ । କୌଣସି ଉପାୟରେ ଘରେ ଅଶାନ୍ତି ଲାଗି ରହିଥାଏ । ବର୍ତ୍ତମାନ ଲକଡାଉନରେ ସମସ୍ତେ ଘରେ ଥିବାବେଳେ ସବୁବେଳେ ହସଖୁସି ବଜାୟ ରହିବା ଜରୁରୀ । ଆଉ ସେଥିପାଇଁ ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ବତାଇବୁ ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିବାରେ ସହାୟକ ହେବ ।
ଘର ତିଆରି କଲାବେଳେ ଏହାର ମୁଖ୍ୟ ଦ୍ବାରକୁ ଧ୍ୟାନରେ ରଖିବାକୁ ସବୁବେଳେ ବାସ୍ତୁବିତ୍ ପରାମର୍ଶ ଦେଇଥାନ୍ତି । କାରଣ ଏହା ଉପରେ ଘରର ବାସ୍ତୁ ଦୋଷ ନିର୍ଭର କରିଥାଏ । ସବୁବେଳେ ପ୍ରବେଶ ଦ୍ବାର ପୂର୍ବ କିମ୍ବା ଉତ୍ତର ଦିଗକୁ ହେବା ଜରୁରୀ । ଯଦି ଏହା ଅନ୍ୟ ଦିଗକୁ ଅଛି ତେବେ ଘର ଦ୍ବାରରେ ଓଁ, ଶ୍ରୀଗଣେଶ କିମ୍ବା ସ୍ବସ୍ତିକ ଭଳି ଶୁଭ ସଙ୍କେତ ଲେଖିଦିଅନ୍ତୁ । ସନାତନ ଧର୍ମ ଅନୁସାରେ ଘର ଅଗଣାରେ ତୁଳସୀ ଗଛ ଲଗାଇବାର ପରମ୍ପରା ରହିଛି । ଶୁଦ୍ଧ ଓ ସକରାତ୍ମକ ବାତାବରଣ ପାଇଁ ତୁଳସୀ ଗଛ ସହାୟକ ହୋଇଥାଏ । ଦୁଃଖ କଷ୍ଟ ଦୂର ହେବା ପାଇଁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ତୁଳସୀ ଗଛ ଲଗାନ୍ତୁ । ସବୁଦିନ ସକାଳେ ଏଥିରେ ଜଳ ଅର୍ପଣ କରନ୍ତୁ ।