ଓଡିଶା

odisha

By

Published : Jan 19, 2020, 8:32 PM IST

ETV Bharat / bharat

ଯୌତୁକ ପାଇଁ ଅଟକିଲା ବିବାହ, ବେଦୀରୁ ଫେରିଲା ବର

ବରକୁ ମହଙ୍ଗା ପଡିଲା ଯୌତୁକ ମାଗିବା । ଶେଷରେ ଲୋଭୀ ବରକୁ ଉଚିତ୍ ଶିକ୍ଷା ଦେଲା କନ୍ୟା  । ଉତ୍ତର ପ୍ରଦେଶ କାସଗଞ୍ଜର ଗଞ୍ଜାଡୁଣ୍ଡୱାରାରେ  ଯୌତୁକ ପାଇଁ ଶେଷରେ ବର ନିଜ ବରଯାତ୍ରୀ ଫେରାଇ ଘରକୁ ଆଣିବାକୁ ବାଧ୍ୟ ହୋଇଛି ।

bride return barat due to dowry
ଲୋଭୀ ବରକୁ ଏମିତି ଶିକ୍ଷା ଦେଲେ କନ୍ୟା

ଲକ୍ଷ୍ନୌ: ବରକୁ ମହଙ୍ଗା ପଡିଲା ଯୌତୁକ ମାଗିବା । ଶେଷରେ ଲୋଭୀ ବରକୁ ଉଚିତ୍ ଶିକ୍ଷା ଦେଲା କନ୍ୟା । ଉତ୍ତର ପ୍ରଦେଶ କାସଗଞ୍ଜର ଗଞ୍ଜାଡୁଣ୍ଡୱାରାରେ ଜଣେ କନ୍ୟା ବରକୁ ଏପରି ଶିକ୍ଷା ଦେଲା ଯେ ଶେଷରେ ବର ନିଜ ବରଯାତ୍ରୀ ଫେରାଇ ଘରକୁ ଫେରିଛି ।

ସୂଚନା ଅନୁଯାୟୀ, ଗତ ଶନିବାର ଗଞ୍ଜାଡୁଣ୍ଡୱାରାରେ କୁୱର ପାଲଙ୍କ ଝିଅ ମୋନିକାଙ୍କ ବିବାହ ଥିଲା । ତେବେ ଦିଲ୍ଲୀର ମଙ୍ଗଲପୁରୀରୁ ବର ପକ୍ଷ ବରଯାତ୍ରୀ ନେଇ ଆସିଥିଲେ । ମାତ୍ର ବରପକ୍ଷ ବାରମ୍ବାର କନ୍ୟାପକ୍ଷକୁ ଯୌତୁକ ମାଗୁଥିଲେ । ଏମିତିକି ବିବାହର ବରମାଳା ସମୟରେ ମଧ୍ୟ କନ୍ୟାଙ୍କ ପିତାଙ୍କୁ ବର ଘର ଲୋକେ ଯୌତୁକ ମାଗୁଥିଲେ । ଶେଷରେ ଏହାର ବିରୋଧ କରି ମୋନିକା ବିବାହ କରିବାକୁ ମନା କରିଦେଇଥିଲେ ।

ତେବେ ମୋନିକାଙ୍କ କହିବା ଅନୁଯାୟୀ, ବର ସହ ତାଙ୍କର ନିର୍ବନ୍ଧ ସରିଥିଲା । ଯେଉଁଠି ବରଙ୍କ ପିତା ତାଙ୍କ ସ୍ବଇଚ୍ଛାରେ କୌଣସି ଯୌତୁକ ନେବାକୁ ମନା କରିଦେଇଥିଲେ । ମାତ୍ର କିଛି ଦିନ ପରେ ସେ କଲ କରି ନଗଦ 5 ଲକ୍ଷ ଟଙ୍କା, 2 ଭରୀ ସୁନା, 2 ଭରିର ଚେନ୍ ଏବଂ ଏକ ଭରି ମୁଦି ଯୌତୁକ ମାଗିଥିଲେ ।

ଏହାପରେ ଗତ 13 ତାରିଖ ଦିନ ମୋନିକାଙ୍କ ବାପା ଲଗ୍ନ ନେଇ ବର ଘରକୁ ଯାଇ ବରପକ୍ଷ ମାଗିଥିବା ସମସ୍ତ ଯୌତୁକ ଦେଇ ଆସିଥିଲେ । ମାତ୍ର ଗୋଟିଏ ଦିନ ପରେ ମୋନିକାଙ୍କ ଫୋନକୁ ମଧ୍ୟ କଲ କରି ବରପକ୍ଷ ଯୌତୁକ ମାଗିବା ଆରମ୍ଭ କରିଥିଲେ । ଶେଷରେ ସେ ନିଷ୍ପତ୍ତି ନେଇଥିଲେ ସେ ଏହି ବିବାହ କରିବେନି । ଯାହାଫଳରେ ସେ ବିବାହ ଦିନ ବେଦୀରେ ବିବାହ କରିବାକୁ ମନା କରିଦେଇଥିଲେ ।

For All Latest Updates

ABOUT THE AUTHOR

...view details