ଓଡିଶା

odisha

By

Published : Dec 14, 2019, 6:29 AM IST

ETV Bharat / bharat

ଅଜବ ବାହାଘର, ଫୁଲ ସହ ନବଦମ୍ପତିଙ୍କ ପିଆଜ ରସୁଣ ମାଳ ବଦଳ

ଫୁଲ ସହ ନବଦମ୍ପତିଙ୍କ ପିଆଜ ରସୁଣ ମାଳ ବଦଳ । ଏଭଳି ଏକ ଅଜବ ବାହାଘର ଦେଖିବାକୁ ମିଳିଛି ବାରାଣାସୀରେ । ଆଗକୁ ପଢନ୍ତୁ...

onion garland
ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ଏବେ ସୁନା ଠାରୁ ବି ସାଧାରଣ ଲୋକଙ୍କ ପାଇଁ ପିଆଜ ଖୁବ ମୂଲ୍ୟବାନ । ବିବାହ ଭୋଜିରେ ଉପହାରରେ ବି ଦିଆଗଲାଣି ପିଆଜ ଉପହାର । ହେଲେ ଉତ୍ତରପ୍ରଦେଶ ବାରାଣାସୀରେ ଏକ ବିବାହ ଉତ୍ସବରେ ଫୁଲମାଳ ସହ ପିଆଜ ରସୁଣ ମାଳ ମଧ୍ୟ ବଦଳ କରି କହିଛନ୍ତି ବିବାହ ।

କେବଳ ଏତିକି ନୁହେଁ, ଏହି ବିବାହ ଉତ୍ସବରେ ଅତିଥି ହାତରେ ପିଆଜ ଝୁ଼ଡି ନେଇ ଆସୁଛନ୍ତି । ତେବେ ଏହାକୁ ନେଇ ସମାଜବାଦି ପାର୍ଟିର କମଲ ପଟେଲ କହିଛନ୍ତି, ଗତ କିଛି ମାସ ହେବ ପିଆଜର ଆକାଶଛୁଆଁ ଦର ନେଇ ଲୋକେ ଏହାକୁ ସୁନା ଠାରୁ ଆହୁରି ମୂଲ୍ୟବାନ ବୋଲି ଭାବିଲେଣି ।

ଅନ୍ୟ ଜଣେ ନେତାଙ୍କ କହିବା ଅନୁସାରେ ପିଆଜ ଦରକୁ ବିରୋଧ କରି ଏଭଳି ନୂତନ ଉପାୟରେ ମାଳ ବଦଳ କରିଛନ୍ତି ଏହି ନବଦମ୍ପତି । ପୂର୍ବରୁ ଦର ବୃଦ୍ଧି ନେଇ ଦଳ ପକ୍ଷରୁ ଅନେକ ପ୍ରତିବାଦ କରାଯାଇଛି । ହେଲେ ଏହି ବିବାହ ଐତିହାସିକ ହୋଇ ରହିଗଲା । ଏବେ ବି ବାରାଣାସୀରେ ପିଆଜ ଦର କମିବାର ନାଁ ନେଉନାହିଁ । ବଜାରରେ ପ୍ରାୟ କିଲୋପ୍ରତି 120ରେ ବିକ୍ରି ହେଉଥିବା ଜଣାପଡିଛି ।

For All Latest Updates

ABOUT THE AUTHOR

...view details