ଓଡିଶା

odisha

ETV Bharat / bharat

ଭିଡିଓ କନଫରେନ୍ସିଂରେ ହେବ ବ୍ରିକ୍ସ ସମ୍ମିଳନୀ

ଆଜି(ମଙ୍ଗଳବାର) ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ସମ୍ମିଳନୀ । ବ୍ରିକ୍ସ ସଦସ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କୋରୋନା ମହାମାରୀ ମୁକାବିଲା ଉପରେ ଆଲୋଚନା କରିବେ ।

BRICS
ଭିଡିଓ କନଫରେନ୍ସିଂରେ ହେବ ବ୍ରିକ୍ସ ସମ୍ମିଳନୀ

By

Published : Apr 28, 2020, 3:09 PM IST

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ସମ୍ମିଳନୀ । ବ୍ରିକ୍ସ ସଦସ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କୋରୋନା ମହାମାରୀ ମୁକାବିଲା ଉପରେ ଆଲୋଚନା କରିବେ । ଏଥିପାଇଁ ଭାରତର ବୈଦିଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବ୍ରାଜିଲ୍, ଚୀନ ଓ ଦକ୍ଷିଣ ଆଫ୍ରିକାର ସଦସ୍ୟଙ୍କ ସହ ଯୋଗଦେବେ ।

ଚଳିତ ବର୍ଷ ରୁଷ୍ ଏହାର ପ୍ରତିନିଧିତ୍ବ କରିବ । ମନ୍ତ୍ରୀସ୍ତରୀୟ ଭିଡିଓ ସମ୍ମିଳନୀରେ କୋଭିଡ-19 ମହାମାରୀର ଅନ୍ତର୍ଜାତୀୟ ସମ୍ପର୍କ ଉପରେ ପ୍ରଭାବ ତଥା ଅତ୍ୟଧିକ ବିପଦଜନକ ତଥା ଦ୍ରୁତ ବ୍ୟାପିଥିବା ସଂକ୍ରମଣ ବିରୋଧରେ ମିଳିତ ପଦକ୍ଷେପ ଉପରେ ମଧ୍ୟ ଧ୍ୟାନ ଦିଆଯିବ।

ଏହି କାର୍ଯ୍ୟକ୍ରମରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଅଧ୍ୟକ୍ଷତା କରିବେ। ଜାନୁଆରୀ ୨ ରୁ ବ୍ରିକ୍ସ ଦାୟିତ୍ବ ବ୍ରାଜିଲରୁ ରୁଷକୁ ସ୍ଥାନାନ୍ତରିତ ହୋଇଥିଲା ।

ABOUT THE AUTHOR

...view details