ଓଡିଶା

odisha

ETV Bharat / bharat

ଆଖି ଭିଜାଉଛି ଦାଦନ ଶ୍ରମିକଙ୍କ କରୁଣ ଚିତ୍ର

ପ୍ରବାସୀ ଶ୍ରମିକ ଘର ବାହୁଡା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯାତ୍ରାର ବ୍ୟବସ୍ଥା କରିଛନ୍ତି । ହେଲେ ବି ସେମାନେ ଚାଲି ଚାଲି ଯିବାକୁ ବାଛି ନେଉଛନ୍ତି । ସ୍ତ୍ରୀ ପିଲାଙ୍କୁ ଧରି ହଜାର ହଜାର କିମି ଅତିକ୍ରମ କରିବାକୁ ବି ଦେଉ ନାହାନ୍ତି ପଛଘୁଞ୍ଚା । ପଞ୍ଜାବରୁ 800 କିମି ଚାଲି ଚାଲି ଝାନସୀ ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୃଶ୍ୟ ସାମନାକୁ ଆସିଛି । କଣ ଏମାନଙ୍କ ନିକଟରେ ପହଞ୍ଚିପାରୁନି ସେବା ? ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଖି ଓଦା କରୁଛି ଦାଦାନ ଶ୍ରମିକଙ୍କ କରୁଣ ଚିତ୍ର
ଆଖି ଓଦା କରୁଛି ଦାଦାନ ଶ୍ରମିକଙ୍କ କରୁଣ ଚିତ୍ର

By

Published : May 14, 2020, 3:19 PM IST

ନୂଆଦିଲ୍ଲୀ: ଚାରିଆଡୁ ଆସୁଛି ପ୍ରବାସୀ ଶ୍ରମିକଙ୍କ କରୁଣ ଚିତ୍ର । ଘରକୁ ଫେରିବାକୁ ଅତିକ୍ରମ କରୁଛନ୍ତି ଶହ ଶହ କିଲୋମିଟର । କିଛି ସାହାଯ୍ୟ ନମିଳିଲେ କାହାକୁ ଅପେକ୍ଷା ନକରି ଚାଲି ଚାଲି ଯିବାକୁ ଅଣ୍ଟା ଭିଡୁଛନ୍ତି । ଏମିତି ଏକ ଚିତ୍ର ସାମନାକୁ ଆସିଛି ଯେଉଁଠି ଚାଲି ଚାଲି ଯିବା ସମୟରେ କ୍ଳାନ୍ତ ହୋଇ ଛୋଟ ଛୁଆଟି ସୁଟ୍‌ କେସ ଉପରେ ଶୋଇ ପଡିଛି । ଆଉ ମାଆଟି ସୁଟ କେସକୁ ଧରି ଟାଣି ଟାଣି ପ୍ରଚଣ୍ଡ ଖରାରେ ବୋହି ନେଉଛି । ଏହି ଚିତ୍ର ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି ।

ସୁଟକେସ୍ ଏବଂ ତାଙ୍କ ଶୋଇଥିବା ପୁଅକୁ ଟାଣୁଥିବା ମହିଳାଙ୍କ ପାଇଁ ଓଜନ ପ୍ରାୟ ଦ୍ୱିଗୁଣିତ ହୋଇଛି । କିନ୍ତୁ ସେ ଉତ୍ତରପ୍ରଦେଶର ଆଗ୍ରା ରାଜପଥରେ ଯାଉଥିବା ଶ୍ରମିକମାନଙ୍କ ସହ ଆଗେଇ ଚାଲିଛନ୍ତି । ହେଲେ ସାମ୍ବାଦିକମାନେ ତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେ ଝାନସୀ ଯାଉଛନ୍ତି ।

ତେବେ ପ୍ରବାସୀଙ୍କୁ ରାଜ୍ୟ ସରକାର ଯାତ୍ରା ପାଇଁ ବ୍ୟବସ୍ଥା କରିଥିବାବେଳେ ସେମାନେ କାହିଁକି ଏପରି ଚାଲି ଚାଲି ଯାଉଛନ୍ତି ପଚରାଯିବାରୁ ସେ ଏହାର କିଛି ଉତ୍ତର ଦେଇନଥିଲେ । କିନ୍ତୁ ଚାଲି ଚାଲି ସେ ଅଧିକ କ୍ଳାନ୍ତ ହୋଇପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ପଞ୍ଜାବରୁ 800 କିମି ଚାଲି ଚାଲି ଝାନସୀ ଅଭିମୁଖେ ଯାତ୍ରା କରୁଛନ୍ତି ଏହି ଗ୍ରୁପ ।

ବସ, ଟ୍ରେନ ସେବା ଆଦି ଆରମ୍ଭ ହୋଇଥିଲେ ବି ସେମାନେ ସାଇକେଲ, ଚାଲି ଚାଲି ଯିବାକୁ ଆପଣାଇନେଇଛନ୍ତି । ସେପଟେ ଏମିତି ଅନେକ ଥର ଦେଖିବାକୁ ମିଳୁଛି ଏପରି ଗସ୍ତ କରିବା ଦ୍ବାରା ଘରେ ପହଞ୍ଚିବା ପୂର୍ବରୁ ନିଜ ଜୀବନ ହାରି ଦେଉଛନ୍ତି । କିଏ ସାଇକେଲ ଉପରେ ତ କିଏ ସୁଟ କେସ ଉପରେ ଛୋଟ ଛୁଆଙ୍କୁ ଶୁଆଇ ନେଇ ଯାଉଥିବା ଦୃଶ୍ୟ ସାମନାକୁ ଆସିଛି ।

ABOUT THE AUTHOR

...view details