ଓଡିଶା

odisha

ETV Bharat / bharat

ପାଗଳ କଲା ଅନୈତିକ ସମ୍ପର୍କ; ପ୍ରେମିକାକୁ ଜାଳି ନିଜେ ଜିଅନ୍ତା ଜଳିଲା ପ୍ରେମିକ

ସମ୍ପର୍କକୁ ସ୍ବିକୃତି ନମିଳିବାରୁ ଜୀଅନ୍ତା ଜଳିଛନ୍ତି ପ୍ରେମୀଯୁଗଳ । ଏମିତି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ରାଜ୍ୟର ଭିକରାବାଦ ଅଞ୍ଚଳରେ । ଅଧିକ ଖବର ପଢନ୍ତୁ...

By

Published : Dec 28, 2019, 3:50 AM IST

ପାଗଳ କଲା ଅନୈତିକ ସମ୍ପର୍କ; ପ୍ରେମିକାକୁ ଜାଳି ନିଜେ ଜିଅନ୍ତା ଜଳିଲା ପ୍ରେମିକ
ପାଗଳ କଲା ଅନୈତିକ ସମ୍ପର୍କ; ପ୍ରେମିକାକୁ ଜାଳି ନିଜେ ଜିଅନ୍ତା ଜଳିଲା ପ୍ରେମିକ

ହାଇଦ୍ରାବାଦ: ଅନୈତିକ ସମ୍ପର୍କର ଭୟଙ୍କର ପରିଣତି । ସମ୍ପର୍କକୁ ସ୍ବିକୃତି ନମିଳିବାରୁ ଜୀଅନ୍ତା ଜଳିଛନ୍ତି ପ୍ରେମୀଯୁଗଳ । ଏମିତି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ରାଜ୍ୟର ଭିକରାବାଦ ଅଞ୍ଚଳରେ । ପୋଲିସର କହିବାନୁସାରେ, ଉଭୟ ପ୍ରେମୀଯୁଗଳ ବିବାହିତ । ମାତ୍ର ଏମିତି ଏକ ଅନୈତିକ ସମ୍ପର୍କ ଗଢିବାକୁ ବିବାହ ବନ୍ଧନ ବି ସେମାନଙ୍କୁ ରୋକି ପାରିନଥିଲା ।

ନରସିମହଲୁ ଓ ଅଞ୍ଜନଲମା ପ୍ରେମ ସମ୍ପର୍କରେ ଥିଲେ । ମାତ୍ର ଦୁହେଁ ବିବାହିତ ମଧ୍ୟ । ହେଲେ ସେମାନଙ୍କର ଏଭଳି ସମ୍ପର୍କକୁ ଘର ପରିବାର ସ୍ବିକୃତି ଦେଉନଥିଲେ । ଯାହା ଫଳରେ ବିଭିନ୍ନ ସମୟରେ ବିବାଦ ବି ଦେଖା ଦେଉଥିଲା । ପରେ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଞ୍ଜନଲମା
ନରସିମହଲୁକୁ ଅଣଦେଖା କରିବା ଆରମ୍ଭ କରିଥିଲା ଯାହାକୁ ସହ୍ୟ କରିପାରିନଥିଲା ନରସିମହଲୁ ।

ଶେଷରେ ଅଞ୍ଜନଲମା ଘରକୁ ଆସି ଏ ବିଷୟରେ ଆଲୋଚନା କରିବା ସମୟରେ ରାଗିଯାଇ ନରସିମହଲୁ କିରୋସିନି ଢାଳି ପ୍ରଥମେ ପ୍ରେମିକାକୁ ଜିଅନ୍ତା ନିଆଁ ଲଗାଇଥିଲା ପରେ ନିଜେ କିରୋସିନି ଢାଳି ହୋଇ ନିଜକୁ ନିଆଁ ଲଗାଇଥିଲା ।

ପରେ ଉଦ୍ୟମ କ୍ରମେ ଦୁହିଁଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ପାଖାପାଖି ଦୁହିଁଙ୍କର ଶରୀର 90 ପ୍ରତିଶତ ଜଳିଥିବା ବେଳେ ଉଦ୍ଧାର ବେଳେ ଅଞ୍ଜନଲମାଙ୍କ ବାପା ବୋଉ ମଧ୍ୟ ଆହତ ହୋଇଛନ୍ତି ।

ସେପଟେ ପୋଲିସ ଘଟଣାକୁ ଗୁରୁତର ସହ ନେଇ 307 ଆଇପିସି ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details