ଓଡିଶା

odisha

ETV Bharat / bharat

ଚୋର କହି ନିର୍ଦ୍ଦୋଷ ନାବାଳକକୁ ଧୁମ ପିଟିଲେ ଦୁର୍ବୃତ୍ତ

ଦିଲ୍ଲୀରେ ଏକ16 ବର୍ଷର ନିର୍ଦ୍ଦୋଷ ବାଳକକୁ ଚୋର କହି 2 ଜଣ ବ୍ୟକ୍ତି ନିର୍ଧୁମ ପିଟିଛନ୍ତି । ଦେଖଣାହାରୀ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ଉତ୍ତୋଳନ କରିବାରେ ବ୍ୟସ୍ତ ।

By

Published : Aug 28, 2019, 12:42 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ 16 ବର୍ଷର ବାଳକକୁ ଚୋର କହି 2 ଜଣ ବ୍ୟକ୍ତି ନିର୍ଧୁମ ପିଟିଛନ୍ତି । ପ୍ରାଣ ବିକଳରେ ଚିତ୍କାର କରି ବଞ୍ଚାଇବାକୁ ଲୋକଙ୍କୁ ଅନୁରୋଧ କରୁଥିବାବେଳେ ପାଖରେ ଠିଆ ହୋଇଥିବା କିଛି ଲୋକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଘଟଣା ବୁରାଡି ଥାନା ଅଞ୍ଚଳରେ ଘଟିଥିବାବେଳେ, ବାଳକଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ପୀଡିତ ବାଳକ ଜଣକ ଦଶମ ଶ୍ରେଣୀର ଛାତ୍ର । ପରିବାର ଲୋକଙ୍କ କହିବାନୂଯାୟୀ, ବାଳକ ଜଣକ ଜନ୍ମାଷ୍ଟମୀରେ ତାର 3 ଜଣ ଭାଇଙ୍କ ସହ ମନ୍ଦିର ଯାଇଥିଲା । ଏହି ସମୟରେ ପୀଡିତର ଭାଇ ଏକ ଗଛରୁ ପତ୍ର ଛିଡେଇ ଦେଇଥିଲା । ଏହାପରେ ଏକ କାରରେ ବସିଥିବା 2 ଜଣ ବ୍ୟକ୍ତି ପୀଡିତକୁ ଗାଳି ଗୁଲଜ କରିଥିଲେ । ଏହାପରେ ବାଳକଟିକୁ ନିଜ କାରରେ ବସାଇ ନେଇଯିବାକୁ ବାହାରିବାବେଳକୁ ସେ ସେମାନଙ୍କ କବଳରୁ ଖସି ପଳାଇ ଆସିଥିଲା । ଏହାପରେ ଉକ୍ତ ବ୍ୟକ୍ତି 2 ଜଣ ପୀଡିତଙ୍କୁ ଚୋର ଚୋର କହି ଗୋଡାଇ ନିର୍ଧୁମ ପିଟିଥିଲେ ।

ଏହିସମୟରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସେ ସାହାଯ୍ୟ ମାଗିଥିଲା ହେଲେ ସେମାନେ ସାହାଯ୍ୟ ନକରି ଭିଡିଓ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ । ଖବରପାଇ ପୋଲିସ ପହଞ୍ଚି ବାଳକଟିକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତଙ୍କ ପରିଚୟ ମିଳିଯାଇଥିବା ବେଲେ ସେମାନଙ୍କୁ ଗିରଫ କରିବା ନେଇ ଚେଷ୍ଟା ଜାରି ରହିଥିବା ପୋଲିସ କହିଛି ।

For All Latest Updates

ABOUT THE AUTHOR

...view details