ଓଡିଶା

odisha

ETV Bharat / bharat

କୋଭିଡ ମୃତକଙ୍କ ସମାଧି ପାଇଁ ଖୋଲିବ ବାନ୍ଦ୍ରା ଶ୍ମଶାନ; ବମ୍ବେ ହାଇକୋର୍ଟ

କୋଭିଡ -19 ମୃତକଙ୍କ ସମାଧି ପାଇଁ ବାନ୍ଦ୍ରା ଶ୍ମଶାନ ଖୋଲିବାକୁ ବମ୍ବେ ହାଇକୋର୍ଟ ବିଏମସିକୁ ନିର୍ଦ୍ଦେଶ ଦେଇଛି। ପୂର୍ବରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ତାଲା ପକାଇ ଦେଇଥିଲେ। ଅଧିକ ଖବର ପଢନ୍ତୁ...

By

Published : Apr 28, 2020, 10:04 AM IST

bombay
କୋଭିଡ ମୃତକଙ୍କ ସମାଧି ପାଇଁ ଖୋଲିବ ବାନ୍ଦ୍ରା ଶ୍ମଶାନ; ବମ୍ବେ ହାଇକୋର୍ଟ

ମୁମ୍ବାଇ: ଦିନକୁ ଦିନକୁ ବଢିଚାଲିଛି କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ସେଥିମଧ୍ୟରୁ କୋରୋନା ହଟସ୍ପଟରେ ରହିଛି ମୁମ୍ବାଇ ସହର। ତେବେ ସହରରେ କୋରୋନା ଆକ୍ରାନ୍ତଙ୍କ ସମାଧି ଦିଆଯାଉଥିବା ସ୍ଥାନରେ ବିରୋଧ କରାଯିବା ସହ ସ୍ଥାନୀୟ ଲୋକେ ଏହାକୁ ତାଲା ପକାଇ ରଖିଥିଲେ। କିନ୍ତୁ ସୋମବାର ବମ୍ବେ ହାଇକୋର୍ଟ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନକୁ ନିର୍ଦ୍ଦେଶ ଦେଇ ଏହାକୁ ପୁର୍ନବାର ଖୋଲିବାକୁ ପରାମର୍ଶ ଦେଇଛନ୍ତି।

ତେବେ ପୂର୍ବରୁ ଏହି ସମାଧି ସ୍ଥଳକୁ ସ୍ଥାନୀୟ ନାଭପଡା କୋକାନି ମୁସଲିମ କୋଭିଡ୍ ମୃତକଙ୍କୁ କବର ଦେବାକୁ ମନା କରିବା ସହ ତାଲା ପକାଇଥିଲେ। କିନ୍ତୁ ଜଷ୍ଟିସ ବିପି କୋଲାବାୱାଲା ଏଥିରେ ହସ୍ତକ୍ଷେପ କରି ଉକ୍ତ ସ୍ଥାନକୁ କୋଭିଡ୍ 19 ରୋଗୀଙ୍କ ସମାଧି ସ୍ଥଳ ଭାବେ ଚିହ୍ନଟ କରାଯାଇଥିବା ଦର୍ଶାଇଥିଲେ। ଏନେଇ ହାଇକୋର୍ଟରେ ନାଗରିକ ଆଦେଶକୁ ଚ୍ୟାଲେଞ୍ଜ କରି 4 ଜଣ ସ୍ଥାନୀୟ ବାସିନ୍ଦା ପିଟିସନ ଦାଖଲ କରିଥିଲେ। ତାଙ୍କ କହିବା ଅନୁସାରେ ଉକ୍ତ ସ୍ଥାନ ଏକ ବେସରକାରୀ ମୁସଲମାନ କବର ସ୍ଥଳୀ।

ହେଲେ ଟ୍ରଷ୍ଟ ବର୍ତ୍ତମାନ ସମସ୍ତ ସତର୍କତା ଅବଲମ୍ବନ କରି କୋଭିଡ୍ ମୃତକଙ୍କ କବର ପାଇଁ ପୃଥକ ତଥା ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିଛି। କିନ୍ତୁ ଏହା ସତ୍ତ୍ବେ ସ୍ଥାନୀୟ ଲୋକମାନେ ଉକ୍ତ ସ୍ଥାନରେ ସମାଧି ଦେବାକୁ ଅନୁମତି ଦେଉ ନାହାଁନ୍ତି। ତେଣୁ ବିଏମସିକୁ ସମାଧି ସ୍ଥାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆବଶ୍ୟକ ସ୍ଥଳେ ସ୍ଥାନୀୟ ପୋଲିସର ସାହାଯ୍ୟ ନେବାକୁ ସ୍ବାଧୀନତା ପ୍ରଦାନ କରିଛି କୋର୍ଟ।

ABOUT THE AUTHOR

...view details