ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କୋର୍ଟ ପରିସରରେ ବୋମା ବିସ୍ଫୋରଣ । ଲକ୍ଷ୍ନୌ ବାର ଆସୋସିଏସନର ଯୁଗ୍ମ ସଚୀବ ସଞ୍ଜୀବ ଲୋଧୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ଜଣା ପଡିଛି । ଘଟଣାରେ 2 ଆଇନଜୀବୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ସଞ୍ଜୀବ ଲୋଧୀ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଲକ୍ଷ୍ନୌ କୋର୍ଟରେ ବୋମା ବିସ୍ଫୋରଣ, 2 ଆହତ - lucknow district court
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କୋର୍ଟ ପରିସରରେ ବୋମା ବିସ୍ଫୋରଣ । ଘଟଣାରେ 2 ଆଇନଜୀବୀ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
ଲକ୍ଷ୍ନୌ କୋର୍ଟରେ ବୋମା ବିସ୍ଫୋରଣ,
ଗୁରୁବାର କିଛି ଦୁର୍ବୁତ୍ତ ସଞ୍ଜୀବ ଲୋଧୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରି ଦେଶୀ ବୋମା ମାଡ କରିଥିଲେ । ଏହାପରେ ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଥିଲା । ସେପଟେ ଘଟଣାସ୍ଥଳରୁ 3 ଅଫୁଟା ବୋମା ମଧ୍ୟ ଜବତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣା ପାଇଁ ଅନ୍ୟଜଣେ ଆଇନଜୀବୀ ଜୀତୁ ୟାଦବଙ୍କୁ ଦାୟୀ କରିଛନ୍ତି ସଞ୍ଜୀବ ।