ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ମାଓ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ଶହୀଦ

ଝାଡଖଣ୍ଡର ଗିରିଡିହସ୍ଥିତ ବେଲବା ଘାଟ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏହି ଏନକାଉଣ୍ଟରେ 3 ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି ।

By

Published : Apr 15, 2019, 9:41 AM IST

ପ୍ରତିକାତ୍ମକ ଫଟୋ

ରାଞ୍ଚି: ଝାଡ଼ଖଣ୍ଡର ଗିରିଡିହସ୍ଥିତ ବେଲବା ଘାଟରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏହି ଗୁଳିବିନିମୟରେ 3 ମାଓବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ମାଓବାଦୀଙ୍କ ନିକଟରୁ ଗୋଟେ ଏକେ-47, 3ଟି ମାଓ ପୁସ୍ତକ ଏବଂ 4ଟି ପାଇପ ବୋମା ଜବତ କରାଯାଇଛି ।

ସୂଚନା ଅନୁସାରେ ସିଆରପିଏଫର 7 ବାଟାଲିଅନ ସ୍ପେଶିଆଲ ଅପରେସନ କରୁଥିଲେ। ଏହି ସମୟରେ ବେଲବା ଘାଟ ଜଙ୍ଗଲରେ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ ସିଆରପିଏଫ ଯବାନ। ଏହି ଏନକାଉଣ୍ଟରରେ ବହୁ ମାଓ ସମାଗ୍ରୀ ଜବତ ହେବା ସହ ସ୍ପେଶିଆଲ ଅପରେସନ ଜାରି ରହିଛି ।

For All Latest Updates

ABOUT THE AUTHOR

...view details