ଓଡିଶା

odisha

ETV Bharat / bharat

ମୁମ୍ବାଇ ସିଏସଟି ଫୁଟଓଭର ବ୍ରିଜ ଟ୍ରାଜେଡି: 2 ଇଞ୍ଜିନିୟର ନିଲମ୍ବିତ - engineer

ମୁମ୍ବାଇ ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ନିଆଗଲା ପ୍ରଥମ ପଦକ୍ଷେପ । ଏହି ଘଟଣା ଦୁଇ ଇଞ୍ଜିନିୟରଙ୍କୁ କରାଗଲା ନିଲମ୍ବିତ। ଦୁଇଜଣ ହେଲେ 2017-18 ରେ ବ୍ରିଜର ନିର୍ମାଣ ଯାଞ୍ଚ କରିଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ଏଆର ପାଟିଲ ଏବଂ 2013-14ରେ ବ୍ରିଜର ମରାମତି ପାଇଁ କାମ କରୁଥିବା ଆସିଷ୍ଟାଣ୍ଟ ଇଞ୍ଜିନିୟର ଏସଏଫ କଲକୁଟ୍ଟେ।

ଫଟୋ ସୌଜନ୍ୟ : ଟ୍ବିଟର@ANI

By

Published : Mar 16, 2019, 11:37 AM IST

ମୁମ୍ବାଇ: ଗୁରୁବାର ମୁମ୍ବାଇ ସିଏସଟି ରେଳ ଷ୍ଟେସନ ନିକଟରେ ଗୁରୁବାର ସଂଧ୍ୟାରେ ଭୁଶୁଡିଥିଲା ଫୁଟ ଓଭର ବ୍ରିଜ । ଏଥିରେ ପ୍ରାଣ ହରାଇଥିଲେ 6 ଜଣ । ଆଉ ଗୁରୁତର ଆହତ ହୋଇଥିଲେ 30ରୁ ଊର୍ଦ୍ଧ୍ବ ଲୋକ । ତେବେ ଏନେଇ ଅନେକ ବିଏମସିକୁ ଦାୟୀ କରିଥିଲେ । ଆଉ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଏବଂ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ।

ତେବେ ଏହି ଘଟଣାରେ ଦୋଷୀ ଭାବେ 2 ଜଣ ଇଞ୍ଜିନିୟରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଘଟଣା ପରେ ମୁଖ୍ୟମନ୍ତ୍ରୀ ଫଡନାଭିସ ଉଚ୍ଚସ୍ତରୀୟ ତଦନ୍ତ କଥା କହିଥିଲେ । ଏହାପରେ ଶୁକ୍ରବାର ବିଏମସି କମିଶନର ଅଜୟ ମେହତା ଦୁଇ ଜଣଙ୍କ ନିଲମ୍ବନ ପରେ ସେମାନଙ୍କ ବିରୁଦ୍ଧରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

2017-18 ରେ ବ୍ରିଜର ନିର୍ମାଣ ଯାଞ୍ଚ କରିଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ଏଆର ପାଟିଲ ଏବଂ 2013-14ରେ ବ୍ରିଜର ମରାମତି ପାଇଁ କାମ କରୁଥିବା ଆସିଷ୍ଟାଣ୍ଟ ଇଞ୍ଜିନିୟର ଏସଏଫ କଲକୁଟ୍ଟେଙ୍କୁ ନିଲମ୍ବନ କରାଯାଇଛି । ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ପୋଲିସ ଆଜାଦ ନଗର ଥାନାରେ ମାମଲା ରୁଜୁ କରିଛି । ଆଇପିସି ଧାରା 304 ଏ ଏବଂ 338ରେ ମାମଲା ରୁଜୁ କରାଯାଇଥିଲା।

ABOUT THE AUTHOR

...view details