ଓଡିଶା

odisha

ETV Bharat / bharat

ମୁମ୍ବାଇରେ 24 ଘଣ୍ଟା ଖୋଲା ରହିବ ମଲ ଏବଂ ହୋଟେଲ - ଆର୍ଥିକ ରାଜଧାନୀ ମୁମ୍ବାଇ

ଆହୁରି ଆର୍ଥିକ ଶକ୍ତିଶାଳୀ ହେବ ମୁମ୍ବାଇ। ସରଳ ହେବ ରାତ୍ରୀ ସମୟ। ବନ୍ଦ ହେବନାହିଁ ହୋଟେଲ, ମଲ ଓ ରେସ୍ତୁରାଁ।

bmc as allowed hotels and malls
bmc as allowed hotels and malls

By

Published : Jan 18, 2020, 12:57 PM IST

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏବେ ସାତଦିନ ଧରି ଅର୍ଥାତ 24 ଘଣ୍ଟା ଧରି ଖୋଲା ରହିବ ମଲ, ମଲଟିପ୍ଲେକ୍ସ, ହୋଟେଲ, ରେସ୍ତୁରାଁ। ଏଥିପାଇଁ ମୁମ୍ବାଇ ମହାନଗର ନିଗମ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦେଇଛି।

ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ, ଆଦିତ୍ୟ ଠାକରେ କହିଛନ୍ତି ଯେ, ମାୟାନଗରୀ ମୁମ୍ବାଇରେ ହୋଟେଲ, ମଲ, ଥିଏଟର ସାଧାରଣତନ୍ତ୍ର ଦିବସରୁ 24 ଘଣ୍ଟା ଖୋଲା ରହିବ । ଅଣ ଆବାସିକ ସ୍ଥଳ ତଥା ବ୍ୟବସାୟୀକ ପ୍ରତିଷ୍ଠାନ ଥିବା ପରିନମ, ୱାଇଣ୍ଟ, ବିକେସୀ ଓ କାଲାଘୋଡା ଠାରେ ଥିବା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ 24ଘଣ୍ଟା ଖୋଲା ରହିବ।

ଏନେଇ ମହାରାଷ୍ଟ୍ର ସରକାରଙ୍କ ଯୁକ୍ତି ହେଲା ଯେ, ଏହା ଦ୍ବାରା ରାତ୍ରୀ ଜୀବନ ଆହୁରି ସରଳ ହେବ। ଏହାସହ ମନ୍ତ୍ରୀ ଆଦିତ୍ୟ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି ଦ୍ବାରା ମୁମ୍ବାଇବାସୀଙ୍କ କୌଣସି ଅସୁବିଧା ହେବ ନାହିଁ। ବରଂ ଆର୍ଥିକ ବିକାଶ ଘଟିବ।ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେମାନେ ମୁମ୍ବାଇର ବିକାଶ ଚାହୁଁନାହାଁନ୍ତି ବୋଲି କହିଛନ୍ତି।

ଏଥିପାଇଁ ଏକ ସ୍ବତନ୍ତ୍ର ବୈଠକ ଡାକିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ। ଯେଉଁଥିରେ ବିଏମସି କମିଶନର, ପୋଲିସ କମିଶନରଙ୍କ ସମେତ ବହୁ ହୋଟେଲ ଶିଳ୍ପର ପ୍ରତିନିଧି ଉପସ୍ଥିତ ଥିଲେ। ବୈଠକ ପରେ ବିଏମସି କମିଶନର ଜଣାଇଛନ୍ତି ଯେ, ଜୁହୁ ଅଞ୍ଚଳରେ 24 ଘଣ୍ଟା ଫୁଡ କୋର୍ଟ ଖୋଲିବା ପାଇଁ ମଧ୍ୟ ବିଚାର କରାଯାଉଛି । ଏହା ଏବେ ବିଚରାଧିନ ରହିଛି। ହେଲେ ଏହି ଅଞ୍ଚଳରେ ହୋଟେଲ, ମଲ, ରେସ୍ତୁରାଁ ଖୋଲାରହିବ। ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ 20ଟି ବ୍ୟବସାୟୀକ ପ୍ରତିଷ୍ଠାନକୁ ଅନୁମତି ଦିଆଯାଇଛି।

ABOUT THE AUTHOR

...view details