ଓଡିଶା

odisha

ETV Bharat / bharat

ବିଦେଶରେ ଗଚ୍ଛିତ ଅଛି ଭାରତୀୟଙ୍କ 7000 କୋଟି କଳାଧନ - unaccounted wealth abroad estimated

ଭାରତୀୟମାନେ 30 ବର୍ଷ ମଧ୍ୟରେ ଅର୍ଥାତ 1980ରୁ 2010 ପର୍ଯ୍ୟନ୍ତ 34 ଲକ୍ଷ କୋଟି ଟଙ୍କାର କଳାଧନ ବିଦେଶରେ ଗଚ୍ଛିତ ରଖିଛନ୍ତି । ତିନୋଟି ସଂସ୍ଥାର ମିଳିତରେ ପ୍ରକାଶ ପାଇଲା ରିପୋର୍ଟ ।

ପ୍ରତିକାତ୍ମକ ଫଟୋ

By

Published : Jun 25, 2019, 2:17 PM IST

ନୂଆଦିଲ୍ଲୀ: ଗତ 30 ବର୍ଷ ମଧ୍ୟରେ ବିଦେଶରେ ଗଚ୍ଛିତ ଅଛି ଭାରତର 490 ଆରବ ଡଲାର କଳାଧନ । ଭାରତୀୟମାନେ 30 ବର୍ଷ ମଧ୍ୟରେ ଅର୍ଥାତ 1980 ରୁ 2010 ପର୍ଯ୍ୟନ୍ତ 34 ଲକ୍ଷ କୋଟି ଟଙ୍କାର କଳାଧନ ବିଦେଶରେ ଗଚ୍ଛିତ ରଖିଛନ୍ତି । ଏନଆଇପିଏଫପି, ଏନସିଏଇଆର ଏବଂ ଏନଆଇଏଫଏମ ଏହି ରିପୋର୍ଟ ପ୍ରକାଶ କରିଛି ।

କଳାଧନ ଉପରେ ଭାରତରେ ରାଜନୈତିକ ବିବାଦ ଚାଲିବା ପରେ ଭାରତ ସରକାର ଉକ୍ତ ତିନୋଟି ସଂସ୍ଥାକୁ ଦେଶ ଏବଂ ବିଦେଶରେ ଥିବା କଳାଧନର ଅଧ୍ୟୟନ କରିବାକୁ ଦାୟିତ୍ବ ଦେଇଥିଲା । କଂଗ୍ରେସର ଏମ ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଥିବା ସ୍ଥାୟୀ ସମିତି 16ତମ ଲୋକସଭା ଭଙ୍ଗ ହେବା ପୂର୍ବରୁ ହିଁ ଗତ ମାର୍ଚ୍ଚ 28ରେ ଲୋକସଭା ଅଧ୍ୟକ୍ଷଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଥିଲା ।

ରିପୋର୍ଟ ଅନୁସାରେ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ନିଜର ଅଧ୍ୟୟନରେ କହିଛି ଯେ, 1980ରୁ 2010 ମଧ୍ୟରେ 26,88,000 କୋଟି ରୁ 34, 30 ଲକ୍ଷ କୋଟି ଟଙ୍କା କଳାଧନ ବିଦେଶକୁ ଯାଇଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫାଇନାନ୍ସ ମ୍ୟାନେଜମେଣ୍ଟ ଅନୁସାରେ ଅର୍ଥ ବ୍ୟବସ୍ଥାରେ ସଂଶୋଧନ ସମୟରେ ପାଖାପାଖି 15,15,300 କୋଟି ଟଙ୍କା କଳାଧନ ବିଦେଶୀ ବ୍ୟାଙ୍କରେ ରଖାଯାଇଛି ।

ସେହିପରି ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ପବ୍ଲିକ ପଲିସି ଆଣ୍ଡ ଫାଇନାନ୍ସ ପକ୍ଷରୁ କୁହାଯାଇଛି ଯେ, 1997 ରୁ 2009 ପର୍ଯ୍ୟନ୍ତ ଦେଶର ଜିଡିପିର 0.2 ପ୍ରତିଶତରୁ 7.4 ପ୍ରତିଶତ କଳାଧନ ବିଦେଶକୁ ପଠାଯାଇଛି । ସେପଟେ ଉକ୍ତ ରିପୋର୍ଟରୁ ଜଣାପଡିଛି, 7000 କୋଟି ଟଙ୍କା କଳାଧନ ସ୍ବିସ ବ୍ୟାଙ୍କରେ ଜମା ଅଛି ।

ABOUT THE AUTHOR

...view details