ଓଡିଶା

odisha

By

Published : Aug 9, 2020, 6:37 PM IST

ETV Bharat / bharat

ରାଜସ୍ଥାନ ରାଜନୈତିକ ଡ୍ରାମା: ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ବିଜେପିର ସମାଲୋଚନା

ଯେତେବେଳେ ଜଣେ ବ୍ୟକ୍ତିଙ୍କ ପାଇଁ ସମସ୍ତ ଦ୍ବାର ବନ୍ଦ ହୋଇଯାଏ ସେ ନିରାଶ ହୋଇ ଏଭଳି ପଦକ୍ଷେପ ଉଠାଏ ବୋଲି ବିଜେପି ରାଜ୍ୟ ସଭାପତି ଶତୀସ ପୁନିଆ କହିଛନ୍ତି ।

ରାଜସ୍ଥାନ ରାଜନୈତିକ ଡ୍ରାମା: ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ବିଜେପିର ସମାଲୋଚନା
ରାଜସ୍ଥାନ ରାଜନୈତିକ ଡ୍ରାମା: ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ବିଜେପିର ସମାଲୋଚନା

ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତ ବିଧାୟକଙ୍କୁ ଚିଠି ଲେଖି ଏକଜୁଟ ରହିବାକୁ ଅପିଲ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିକୁ ନେଇ କଂଗ୍ରେସକୁ କଟାକ୍ଷ କରିଛି ବିଜେପି । ଯେତେବେଳେ ଜଣେ ବ୍ୟକ୍ତିଙ୍କ ପାଇଁ ସମସ୍ତ ଦ୍ବାର ବନ୍ଦ ହୋଇଯାଏ ସେ ନିରାଶ ହୋଇ ଏଭଳି ପଦକ୍ଷେପ ଉଠାଏ ବୋଲି ବିଜେପି ରାଜ୍ୟ ସଭାପତି ଶତୀସ ପୁନିଆ କହିଛନ୍ତି ।

ରାଜସ୍ଥାନ ରାଜନୈତିକ ଡ୍ରାମା: ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ବିଜେପିର ସମାଲୋଚନା

ଶତିସ ପୁନିଆ ଏନେଇ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲେଖାଯାଇଥିବା ଚିଠି ଭାବବିହୁଳ ରହିଛି । ଗେହଲଟ ଚିଠିରେ ଯେଉଁ ଇନ୍ଦିରା ଗାନ୍ଧୀଙ୍କ ନାମ ନେଇଛନ୍ତି ସେ ଯଦି ଗଣତାନ୍ତ୍ରିକ ଭାବରେ ଦେଶ ଚଳାଇଥାନ୍ତେ ତାହେଲେ ତାଙ୍କ ସମୟରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇନଥାନ୍ତା ବୋଲି ପୁନିଆ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିଠି ରାଜସ୍ଥାନର ଲୋକଙ୍କ ମନରେ କୌଣସି ପରିବର୍ତ୍ତନ ଆଣିବ ନାହିଁ । କାରଣ ଜନତାଙ୍କ ନ୍ୟାୟାଳୟ ହେଉଛି ଗଣତନ୍ତ୍ରର ସର୍ବ ବୃହତ କୋର୍ଟ ଏବଂ ଜନସାଧାରଣ ଏହାର ଜବାବ ମାଗିବେ ବୋଲି ପୁନିଆ କହିଛନ୍ତି ।

ସେହିପରି ବିଜେପି ବିଧାୟକ ଅଶୋକ ଲାହୋତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲେଖାଯାଇଥିବା ଚିଠିକୁ କଡା ନିନ୍ଦା କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଚିଠି ନିଶ୍ଚିତ ଭାବରେ ବିଧାୟକଙ୍କ ବିବେକକୁ ଜାଗ୍ରତ କରିବ । ବିଶେଷ କରି କଂଗ୍ରେସ ବିଧାୟକଙ୍କ ବିବେକ, ଯେଉଁମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଟେଲରେ ବନ୍ଦୀ ଭାବରେ ରଖାଯାଇଛି ଏବଂ ସେମାନଙ୍କ ଫୋନ୍ ମଧ୍ୟ ଟ୍ୟାପ୍ କରାଯାଉଛି। ସେମାନେ ନିଶ୍ଚିତ ଭାବରେ ଭାବିବେ ଯେ, ସଚିନ ପାଇଲଟ୍ 5 ବର୍ଷ ପରିଶ୍ରମ କରିଥିଲେ କିନ୍ତୁ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details