ଓଡିଶା

odisha

ETV Bharat / bharat

ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେ ବଙ୍ଗ ହିଂସାର ମୃତକଙ୍କ ପରିବାର

ଶପଥ ଉତ୍ସବକୁ ସ୍ମରଣୀୟ କରିବାକୁ ମୋଦି ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି । ଏହାରି ଭିତରେ ନିର୍ବାଚନୀ ହିଂସାରେ ପଶ୍ଚିମବଙ୍ଗରେ ପ୍ରାଣ ହରାଇ ଥିବା 54 ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିବାରକୁ ନିଜ ଶପଥ ଉତ୍ସବରେ ଉପସ୍ଥିତ ରହିବା ପାଇଁ କରିଛନ୍ତି ନିମନ୍ତ୍ରଣ ।

By

Published : May 29, 2019, 9:46 AM IST

Updated : May 29, 2019, 11:09 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦ୍ବିତୀୟଥର ପାଇଁ ଶାସନ ଗାଦି ଅକ୍ତିଆର କରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଦଳର ବିପୁଳ ବିଜୟ ପରେ ଆସନ୍ତା 30 ତାରିଖରେ ନେବାକୁ ଯାଉଛନ୍ତି ଶପଥ । ଶପଥ ଉତ୍ସବକୁ ଶେଷସ୍ପର୍ଶ ଦେବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଦେଶ ବିଦେଶର ଅନେକ ହେଭିୱେଟ୍ ନେତାଙ୍କ ସମେତ ବିଭିନ୍ନ ରାଷ୍ଟ୍ରନେତାଙ୍କୁ କରାଯାଇଛି ନିମନ୍ତ୍ରଣ ।

କିନ୍ତୁ ଏହାରି ଭିତରେ ମୋଦି ନିଜ ଶପଥ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ନିର୍ବାଚନ ସମୟରେ ପଶ୍ଚିମବଙ୍ଗ ହିଂସାରେ ମୃତ୍ୟୁବରଣ କରିଥିବା 54 ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିବାରଙ୍କୁ କରିଛନ୍ତି ନିମନ୍ତ୍ରଣ । 2013 ଜୁନ୍ ମାସ 16 ତାରିଖରୁ 2019 ମେ 26 ମଧ୍ୟରେ ଯେଉଁ ଯେଉଁ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି ସେମାନଙ୍କ ପରିବାରକୁ ଶପଥ ଉତ୍ସବକୁ ଡାକିଛନ୍ତି ମୋଦି ।

ଏହି 54 ଜଣ ମୃତକଙ୍କ ପରିବାର ନିମନ୍ତେ ଯିବା ଆସିବା ଏବଂ ଦିଲ୍ଲୀରେ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରର୍ଦଶନ କରିଥିବା ବେଳେ କାର୍ଯ୍ୟକର୍ତ୍ତା ଓ ହିଂସାରେ ପ୍ରାଣ ହରାଇଥିବା ପରିବାରକୁ ସମ୍ନାନ ଜଣାଇ ମୋଦି ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

Last Updated : May 29, 2019, 11:09 AM IST

ABOUT THE AUTHOR

...view details