ଓଡିଶା

odisha

By

Published : Feb 2, 2020, 10:26 PM IST

ETV Bharat / bharat

ବାପୁଜୀଙ୍କୁ ନେଇ ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ବିବାଦୀୟ ବୟାନ

ବ୍ରିଟିଶ ବିରୋଧରେ ମହାତ୍ମା ଗାନ୍ଧୀ କରିଥିବା ସ୍ବତନ୍ତ୍ରତା ଆନ୍ଦୋଳନକୁ ଡ୍ରାମା କହିଲେ ବିଜେପି ନେତା ଅନନ୍ତ କୁମାର ହେଗଡେ । ସେ ବାପୁଜୀଙ୍କ ବିରୋଧରେ କଣ ମନ୍ତବ୍ୟ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

BJP MP
ଅନନ୍ତ ହେଗଡେଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନନ୍ତ କୁମାର ହେଗଡେଙ୍କ ବିବାଦୀୟ ବୟାନ । ବ୍ରିଟିଶ ବିରୋଧରେ ମହାତ୍ମା ଗାନ୍ଧୀ କରିଥିବା ସ୍ବତନ୍ତ୍ରତା ଆନ୍ଦୋଳନକୁ କହିଲେ ଡ୍ରାମା । ତାଙ୍କର ଏହି ବୟାନ ପରେ ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହୋଇଛି ।

ଶନିବାର କର୍ଣ୍ଣାଟକ ବେଙ୍ଗାଲୁରୁର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସେ । ଗାନ୍ଧୀଙ୍କ ସ୍ବତନ୍ତ୍ରତା ଆନ୍ଦୋଳନ ଏକ ବଡ ନାଟକ ଥିଲା । ଏହା ବାସ୍ତବ ଲଢେଇ ନଥିଲା, ନେତାଙ୍କ ସହ ମିଶି ଇଂରେଜମାନଙ୍କ ସହମତିରେ ଏଭଳି ଲଢେଇ କରିଥିଲେ ବାପୁ । କେବଳ ସେତିକି ନୁହେଁ ସତ୍ୟାଗ୍ରହକୁ ମଧ୍ୟ ନାଟକ ବୋଲି କହିଛନ୍ତି ସେ । ଏହାସହ ଆହୁରି କହିଛନ୍ତି ସେ, କଂଗ୍ରେସ ଦାବି କରୁଛି ଭାରତକୁ ସ୍ବାଧୀନତା ସତ୍ୟାଗ୍ରହ ଓ ଉପବାସ ଯୋଗୁଁ ମିଳିଛି । ଏହା ସତ ନୁହେଁ ଇଂରେଜମାନେ ସତ୍ୟାଗ୍ରହ ପାଇଁ ଦେଶ ଛାଡିକି ଯାଇ ନଥିଲେ । ତେବେ ହେଗଡେଙ୍କ ଏଭଳି ବୟାନଙ୍କୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଏଭଳି କଠୋର ଶଦ୍ଦକୁ ଚାରିଆଡେ ସମାଲୋଚନା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details