ଓଡିଶା

odisha

ETV Bharat / bharat

ସାନି ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା ବିଜେପି - election

ସରିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । କିଛି ସ୍ଥାନରେ ମତଦାନକୁ ନେଇ ଦେଖାଦେଇଛି ନିର୍ବାଚନୀ ହିଂସା । ଏହାକୁ ଘୋର ବିରୋଧ କରିଛି ବିଜେପି । ପଶ୍ଚିମବଙ୍ଗରେ ଏହି ହିଂସା ପାଇଁ ଶାସକ ତୃଣମୂଳ କଂଗ୍ରେସକୁ କଡ଼ା ସମାଲୋଚନା କରିଥିବା ବେଳେ ପୁନର୍ବାର ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛି ।

ପ୍ରତିକାତ୍ମକ

By

Published : May 7, 2019, 6:30 AM IST

କୋଲକାତା: ସୋମବାର ସରିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସମୟରେ ପଶ୍ଚିମ ବଙ୍ଗର କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତେବେ ଏହି ସବୁ କ୍ଷେତ୍ରରେ ପୁନଃନିର୍ବାଚନ କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛି ।

ବିଜେପିର ରାଜ୍ୟ ଉପସଭାପତି ଜୟପ୍ରକାଶ ଏହି ଚିଠି ମାଧ୍ୟମରେ କହିଛନ୍ତି ଯେ ରାଜ୍ୟରେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖାଦେଇଛି । ଏପରିକି କିଛି ସ୍ଥାନରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି । କିଛି ସ୍ଥାନରେ ବୁଥ ରିଗିଂ ହୋଇଥିବା ବେଳେ କିଛି ସ୍ଥାନରେ ଇଭିଏମରେ ମଧ୍ୟ ତୃଟି ଦେଖାଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।


ଏହା ମଧ୍ୟ ପଢନ୍ତୁ:ରାଜୀବ ଗାନ୍ଧୀଙ୍କୁ ନେଇ ପୁଣିଥରେ ମୋଦି-କଂଗ୍ରେସ ଫାଇଟ

ସେପଟେ ବାରାକପୋର ଆସନର ବିଜେପି ପ୍ରାର୍ଥୀ ଅର୍ଜୁନ ସିଂ ମଧ୍ୟ ଏହି ହିଂସାକୁ ନେଇ ତୃଣମୂଳ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟରେ ଦେଖା ଦେଇଥିବା ଏହି ନିର୍ବାଚନୀ ହିଂସା ପାଇଁ ଅର୍ଜୁନ ରାଜ୍ୟ ପୋଲିସକୁ ଦାୟୀ କରିଛନ୍ତି । ସେ କହିଛନ୍ତି ମୁଁ ଭୋଟରମାନଙ୍କ ସହିତ ଆଲୋଚନା କରୁଥିବା ସମୟରେ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ମୋତେ ଆକ୍ରମଣ କରିଛନ୍ତି । ଏହି ହିଂସା ପାଇଁ ରାଜ୍ୟ ପୋଲିସ ଦାୟୀ । ପୋଲିସ ସରକାରଙ୍କ ନିର୍ଦ୍ଦେଶରେ ତାର କାର୍ଯ୍ୟ କରୁଛି । ଟିଏମସିର ଗୁଣ୍ଡାମାନଙ୍କୁ ଏହି ସବୁ କାର୍ଯ୍ୟ ଭିଆଇବା ପାଇଁ ଉସୁକାଇଛି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details