ଓଡିଶା

odisha

ଭାରତୀୟ କ୍ରିକେଟର ‘ୱାଲ’ଙ୍କୁ ଭେଟିବେ ଜେପି ନଡ୍ଡା

By

Published : Sep 21, 2019, 10:44 PM IST

ବେଙ୍ଗାଲୁରୁ ଗସ୍ତରେ ରାହୁଲ ଦ୍ରାବିଡ ଓ ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର କମ୍ବାରଙ୍କୁ ଭେଟିବେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା । ଜନ ସମ୍ପର୍କ ଯାତ୍ରାରେ ଯୋଗ ଦେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ନଡ୍ଡା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ଦିନିକିଆ ବେଙ୍ଗାଲୁରୁ ଗସ୍ତରେ ଯିବେ । ଜନ ସମ୍ପର୍କ ଯାତ୍ରାରେ ଯୋଗ ଦେବାପାଇଁ ଗସ୍ତ କରିବେ ନଡ୍ଡା । ତେବେ ଏହି ଗସ୍ତ ସମୟରେ ସେ ବାଙ୍ଗାଲୁରୁର ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ । ଜଣେ କ୍ରିକେଟ ଜଗତରୁ ଆଉ ଜଣେ ସାହିତ୍ୟ ଜଗତରୁ ।

ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି, ବା ‘ଦ ୱାଲ’ ଭାବେ ଜଣାଶୁଣା ଖେଳାଳି ରାହୁଲ ଦ୍ରାବିଡଙ୍କୁ ଭେଟିବା ସହ ଜ୍ଞାନପୀଠ ପୁରସ୍କାର ବିଜୟୀ ଲେଖକ ଚନ୍ଦ୍ରଶେଖର କମ୍ବାରଙ୍କୁ ଭେଟିବେ ନଡ୍ଡା । କଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ ଏହି ଜନ ସମ୍ପର୍କ ଯାତ୍ରା ଦେଶ ବ୍ୟାପି ଜାରି ରହିଛି ।

ଦ୍ରାବିଡ ଓ ଚନ୍ଦ୍ର ଶେଖରଙ୍କୁ ଦେଖା କରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ନଡ୍ଡା ଯୋଗଦେବା ନେଇ ସୂଚନା ଦେଇଛନ୍ତି ବିଜେପି ମିଡିଆ କନଭେନର ଅନିଲ ବାଲୁନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details