ଶ୍ରୀନଗର: ଘାଟିରେ ବିଜେପି ନେତାଙ୍କ ହତ୍ୟା ମାମଲା ଥମିବାକୁ ନାଁ ନେଉନାହିଁ । ଏ ପରିସ୍ଥିତିରେ ଜାମ୍ମୁ ଓ କାଶ୍ମୀରର ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମଧ୍ୟ କାଶ୍ମୀରର ବଡଗାମ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାରି ହତ୍ୟା କରାଯାଇଛି ।
ସୂଚନା ଅନୁଯାୟୀ ବଡଗାମର ଦଲୱାଶ ଗାଁରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ତଥା ବିଡିସି ଅଧ୍ୟକ୍ଷଙ୍କୁ ନିଜ ଘରେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଆତଙ୍କବାଦୀମାନେ ଅନେକ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିସାରିଛନ୍ତି । ଏଥି ସହ ହତ୍ୟାକାଣ୍ଡ ହେତୁ ଅନେକ ବିଜେପି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।