ନୂଆଦିଲ୍ଲୀ: ପୁଣିଥରେ ଦେଶରେ ଦେଖା ଗଲାଣି ମୋଦି ମ୍ୟାଜିକ । ବିଜୟ ମୁହାଁ ବିଜେପି । ଯଦିଓ ପୂର୍ବରୁ ମୋଦି ଲହରୀ କିଛିଟା ଅଦୃଶ୍ୟମାନ ଥିଲା, ଆଜିର ଗଣତିରୁ ମୋଦି ପ୍ରଭାବ ପୁଣିଥରେ ଦେଖିବାକୁ ମିଳିଛି । ହିନ୍ଦୀ ହାର୍ଟଲ୍ୟାଣ୍ଡ, ପୂର୍ବ-ପଶ୍ଚିମ ଓ ଦକ୍ଷିଣରେ କମବ୍ୟାକ କରିଛି ବିଜେପି ।
ବିଜୟ ମୁହାଁ ବିଜେପି
ପୁଣିଥରେ ଦେଶରେ ଦେଖା ଗଲାଣି ମୋଦି ମ୍ୟାଜିକ । ହିନ୍ଦୀ ହାର୍ଟଲ୍ୟାଣ୍ଡ, ପୂର୍ବ-ପଶ୍ଚିମ ଓ ଦକ୍ଷିଣରେ କମବ୍ୟାକ କରିଛି ବିଜେପି ।
ମରୁଭୂମିରେ ଫୁଟିଛି ପଦ୍ମ । 25ଟି ଆସନ ସହ କ୍ଲିନ ସ୍ବିପ କରିଛି ବିଜେପି । ସେହିପରି ଉତ୍ତରାଖଣ୍ଡରେ 5 ଓ ହିମାଚଳ ପ୍ରଦେଶରେ 4ଟି ସିଟ ସହ ଏହି ଦୁଇଟି ରାଜ୍ୟରେ ସମ୍ପୂର୍ଣ୍ଣ ପୋଛି ନେଇଛି ବିଜେପି । ଉତ୍ତର ପ୍ରଦେଶରେ ବି ସମାନ ସ୍ଥିତି । ମୋଦି ଯାଦୁ ଆଗରେ ଏଠାରେ ବି କାମ ଦେଲାନି ସପା-ବସପା ମେଣ୍ଟ । 47ଟି ସିଟରେ ବିଜେପି ଆଗୁଆ ଥିବାବେଳେ ହାତେଇ ସାରିଲାଣି 12 ଆସନ ।
ବିଧାନସଭା ନିର୍ବାଚନରେ ହିନ୍ଦୀ ହାର୍ଟଲ୍ୟାଣ୍ଡକୁ କଂଗ୍ରେସ ଫେରିବା ପରେ ବିଜେପିକୁ ନିରାଶ ହେବାକୁ ପଡିଥିଲା । ତେବେ ଆଜିର ଗଣତି ସମୟରେ ରାଜସ୍ଥାନ, ଛତିଶଗଡ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କଂଗ୍ରେସକୁ କରିଛନ୍ତି ନିରାଶ । ସେପଟେ ବିପଦରେ କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶର କଂଗ୍ରେସର ସରକାର । ଏହି ଦୁଇଟି ରାଜ୍ୟରେ ଆଗୁଆ ଅଛି ବିଜେପି ।