ଓଡିଶା

odisha

ETV Bharat / bharat

ବାବ୍ରୀ ମସଜିଦ୍‌ ଭାଙ୍ଗି ଦେଶର କଳଙ୍କ ନଷ୍ଟ କରିଛି: ସାଧ୍ବୀ ପ୍ରଜ୍ଞା

ବାବ୍ରୀ ମସଜିଦ୍‌ ଭାଙ୍ଗି ସେ ଦେଶର କଳଙ୍କ ନଷ୍ଟ କରିଥିବା କଥା କହି ପୁଣି ଥରେ ନିର୍ବାଚନୀ ଋତୁରେ ମାହୋଲକୁ ଉଷ୍ଣ କରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଓ ଆଚାର ସଂହିତା ଉଲଙ୍ଘନ କରିବା ମାମଲାରେ ପ୍ରଜ୍ଞାଙ୍କ ବିରୁଦ୍ଧରେ ନୋଟିସ୍‌ ଜାରି କରିଛି ନିର୍ବାଚନ ଆୟୋଗ।

By

Published : Apr 21, 2019, 1:08 PM IST

Updated : Apr 21, 2019, 2:35 PM IST

ଫଟୋ ସୌଜନ୍ୟ: ଏଏନଏଆଇ

ନୂଆଦିଲ୍ଲୀ: ଭୋପାଳରୁ ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଦେଶର ସବୁଠୁ ବଡ଼ ପୁରାତନ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ଉପରେ ଦେଇଛନ୍ତି ବିବାଦୀୟ ବୟାନ । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥବା ବୟାନ ଏବେ ପୁଣି ଜାତୀୟ ରାଜନୀତିରେ ଚର୍ଚ୍ଚା ପାଲଟିଛି । ବାବ୍ରୀ ମସଜିଦ୍‌ ଭାଙ୍ଗି ସେ ଦେଶର କଳଙ୍କ ନଷ୍ଟ କରିଥିବା କଥା କହି ପୁଣି ଥରେ ନିର୍ବାଚନୀ ଋତୁରେ ମାହୋଲକୁ ଉଷ୍ଣ କରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଓ ଆଚାର ସଂହିତା ଉଲଙ୍ଘନ କରିବା ମାମଲାରେ ପ୍ରଜ୍ଞାଙ୍କ ବିରୁଦ୍ଧରେ ନୋଟିସ୍‌ ଜାରି କରିଛି ନିର୍ବାଚନ ଆୟୋଗ ।

ପ୍ରଜ୍ଞା ବ୍ରାବୀ ମସଜିଦ୍‌ ଭାଙ୍ଗିବାରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇ ନିଜକୁ ଗର୍ବିତ ମନେ କରୁଥିବା କହିଛନ୍ତି । ଭଗବାନ ତାଙ୍କୁ ଏହିଭଳି ଅବସର ଓ ଶକ୍ତି ଦେଇଥିବା ଯୋଗୁଁ ସେ ଦେଶ କଳଙ୍କକୁ ମାଟିରେ ମିଶାଇବାରେ ସକ୍ଷମ ହୋଇଥିବା କଥା କହିଛନ୍ତି । ରାମ ରାଷ୍ଟ୍ର ହୈ, ରାଷ୍ଟ୍ର ରାମ ହୈ ବୋଲି କହି "ମନ୍ଦିର ୱହିଁ ବନାୟେଙ୍ଗେ ବୋଲି କହିଛନ୍ତି ସାଧ୍ବୀ ।

ସାଧ୍ବୀଙ୍କ ଏହି ବୟାନ ପରେ ଆପ୍‌ ଏହାକୁ ନେଇ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ ଆୟୋଗକୁ ସମାଲୋଚନା କରିଛି । ଆମ୍‌ ଆଦମୀ ପାର୍ଟିର ନେତା ସଞ୍ଜୟ ସିହ୍ନା ଦେଶରେ ଆଇନକାନୁନ ନ୍ୟାୟପାଳିକା , ନିର୍ବାଚନ ଆୟୋଗର କାମ ଉପରେ ପ୍ରଶ୍ନ ଉଠାଇଛନ୍ତି । ବାବ୍ରୀ ମସଜିଦ୍‌ ଭାଙ୍ଗିବା ଘଟଣା ଠାରୁ ଆରମ୍ଭ କରି ଶହୀଦଙ୍କ ପ୍ରତି ଅପମାନଜନକ ବୟାନ ଦେଉଥିବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶାଳୀନ ଓ ପ୍ରତାଡନାର ଶୀକର ହୋଇଥିବା ମହିଳା କହିବା ଅତ୍ୟନ୍ତ ନିନ୍ଦାର ବିଷୟ ବୋଲି ସେ କହିଛନ୍ତି । ଏହାସହ ଦେଶର ନିର୍ବାଚନ ଆୟୋଗ ଠାରୁ ଆରମ୍ଭ କରି ସମସ୍ତ ସଂସ୍ଥା ଏହି ମାମଲାରେ ହସ୍ତକ୍ଷେପ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ମୁମ୍ବାଇ ବିସ୍ଫୋରଣରେ ପ୍ରାଣ ହରାଇଥିବା ପୂର୍ବତନ ଏଟିଏସ୍‌ ମୁଖ୍ୟ ହେମନ୍ତ କରକରେ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସାଧ୍ବୀ ପ୍ରଜ୍ଞା କହିଥିଲେ । ଏହାସହ ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ ସାଧ୍ବୀ । ଏହି ବୟାନ ପରେ ସେ ବୟାନ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ଏବେ ପୁଣି ଏହି ବୟାନ ତାଙ୍କୁ ବିବାଦ ଘେରକୁ ଟାଣିଛି ।

Last Updated : Apr 21, 2019, 2:35 PM IST

For All Latest Updates

ABOUT THE AUTHOR

...view details