ପାଟନା: ବିହାର ନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି 30 ଜଣିଆ ଷ୍ଟାର ପ୍ରଚାରକ । ଦଳର ଷ୍ଟାର ପ୍ରଚାରକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି । ଏହା ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସହ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହା ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି । ବିହାର ନିର୍ବାଚନରେ ଏମାନେ ସମସ୍ତେ ଦଳର ପ୍ରଚାରକ ମଙ୍ଗ ଧରିବେ ।
ବିହାର ନିର୍ବାଚନ: ବିଜେପିର 30 ଜଣିଆ ଷ୍ଟାର ପ୍ରଚାରକ ଟିମରେ ମୋଦି - ବିହାର ବିଧାନସଭା ନିର୍ବାଚନ ଖବର
ବିହାର ନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି 30 ଜଣିଆ ଷ୍ଟାର ପ୍ରଚାରକ । ଦଳର ଷ୍ଟାର ପ୍ରଚାରକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି । ଅଧିକ ପଢନ୍ତୁ...
ବିହାର ନିର୍ବାଚନ ପରିପ୍ରେକ୍ଷୀରେ ଗତକାଲି କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିବା ପରେ ଆଜି ବିଜେପି ତାର 30 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ବିଜେପିର ଷ୍ଟାର ପ୍ରଚାରକରେ ସାମିଲ ହୋଇଥିବା ନେତାମାନେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହା ଷ୍ଟାର ପ୍ରଚାରକ ଭାବରେ ରହିଛନ୍ତି । ସେହିଭଳି ସୁଶୀଲ ମୋଦି, ଭୂପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡନଭିସ, ରାଧାମୋହନ ସିଂ, ରବି ଶଙ୍କର ପ୍ରସାଦ, ଗିରିରାଜ ସିଂ, ସ୍ମୃତି ଇରାନୀ ସହ ଦଳର ଫାୟାର ବ୍ରାଣ୍ଡ ପ୍ରଚାରକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଛନ୍ତି । ନିର୍ବାଚନରେ ଦଳର ବିଭିନ୍ନ ନେତାଙ୍କୁ ବିଜେପିର ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଅବଗତ ପାଇଁ ଲୋକଙ୍କ ପାଖକୁ ଯିବେ ।
@ANI