ଓଡିଶା

odisha

By

Published : Apr 3, 2019, 10:29 PM IST

ETV Bharat / bharat

ଅଖିଳେଶଙ୍କୁ ଟକ୍କର ଦେବେ ଭୋଜପୁରୀ ଅଭିନେତା ନିରହୁଆ

ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ମୁମ୍ବାଇ ନର୍ଥ-ଇଷ୍ଟର ସାଂସଦ କିରୀଟ ସୋମୈୟାଙ୍କ ଟିକେଟ କାଟିଛି ଦଳ । ତାଙ୍କ ସ୍ଥାନରେ ମନୋଜ କୋଟାକଙ୍କୁ ଦିଆଯାଇଛି ଟିକେଟ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀରୁ ଦିନେଶ ପ୍ରତାପ ସିଂଙ୍କୁ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପଦିନର ଅପେକ୍ଷା । ଏହାପୂର୍ବରୁ ରାଜନୈତିକ ଦଳଗୁଡିକ କରୁଛି ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା । ଏହି କ୍ରମରେ ବିଜେପି ଆଜି (ବୁଧବାର) ଜାରି କରିଛି ୧୬ତମ ପ୍ରାର୍ଥୀ ତାଲିକା । ଯେଉଁଥିରେ ରହିଛି ୟୁପିର ୬ ଓ ମହାରାଷ୍ଟ୍ରର ଜଣେ ପ୍ରାର୍ଥୀଙ୍କ ନାଁ ।

ଫଟୋ ସୌଜନ୍ୟ: ଏଏନଆଇ

ଏହି ତାଲିକା ଅନୁସାରେ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ମୁମ୍ବାଇ ନର୍ଥ-ଇଷ୍ଟର ସାଂସଦ କିରୀଟ ସୋମୈୟାଙ୍କ ଟିକେଟ କାଟିଛି ଦଳ । ତାଙ୍କ ସ୍ଥାନରେ ମନୋଜ କୋଟାକଙ୍କୁ ଦିଆଯାଇଛି ଟିକେଟ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀରୁ ଦିନେଶ ପ୍ରତାପ ସିଂଙ୍କୁ ବିଜେପି ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଅନ୍ୟପକ୍ଷେ ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଆଜମଗଡରୁ ଭୋଜପୁର ଅଭିନେତା ନିରହୁଆ ଛିଡା ହୋଇଛନ୍ତି ।

ସେହିପରି ଏସପିର ବରିଷ୍ଠ ନେତା ତଥା ଅଖିଳେଶ ଯାଦବଙ୍କ ବାପା ମୁଲାୟମ ସିଂଙ୍କୁ ମୈନପୁରୀରୁ ଟକ୍କର ଦେବେ ପ୍ରେମ ସିଂ ଶାଖ୍ୟା । ସେହିପରି ୟୁପିର ଫିରୋଜାବାଦରୁ ଚନ୍ଦ୍ରା ସେନ ଜାଦୁନ, ମାଛିଲିଶାରରୁ ଭିପି ସରୋଜଙ୍କୁ ବିଜେପି ଟିକେଟ ଦେଇଛି।


ABOUT THE AUTHOR

...view details