ଓଡିଶା

odisha

ETV Bharat / bharat

ସିଏଏ ସମର୍ଥନରେ ଦିଦିଙ୍କ ଗଡରେ ବିଜେପିର 'ଅଭିନନ୍ଦନ ରାଲି'

ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡରେ ଏକ ବିଶାଳ ରାଲିର ଆୟୋଜନ କରିଛି ବିଜେପି। ଏହି ବିଶାଳ ରାଲି ଜରିଆରେ ଦିଦିଙ୍କ ଗଡରେ ଶକ୍ତି ପ୍ରଦର୍ଶନ କରିଛି ଦଳ।

bjp rally in kolkata
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 23, 2019, 5:03 PM IST

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡରେ ଏକ ବିଶାଳ ରାଲିର ଆୟୋଜନ କରିଛି ବିଜେପି। ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ କୋଲକାତାରେ ଏହି ରାଲି ଅନୁଷ୍ଠିତ ହୋଇଛି। ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ପ୍ରଭାରୀ କୌଳାଶ ବିଜୟଭାର୍ଗୀୟଙ୍କ ନେତୃତ୍ବରେ ବିଜେପି ନେତା ଏବଂ ସମର୍ଥକ ସିଏଏ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଜେପି ପକ୍ଷରୁ ଏହାର ନାଁ 'ଅଭିନନ୍ଦନ ରାଲି' ରଖାଯାଇଛି।

ଏହି ବିଶାଳ ରାଲି ଜରିଆରେ ଦିଦିଙ୍କ ଗଡରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ସୋମବାର ଜେପି ନଡ୍ଡା କୋଲକାତାରେ ପହଞ୍ଚିବା ପରେ କୌଳାଶ ବିଜୟଭାର୍ଗୀୟ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ନଡ୍ଡା ଏକ ବିଶାଳ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ରାଲିର ଶେଷରେ ଏକ ସଭାର ଆୟେଜନ କରାଯାଇଥିଲା। ଯେଉଁଠି ନଡ୍ଡା ଲୋକଙ୍କୁ ନାଗରିକତା ସଂଶୋଧନ ଆଇନ ବାବଦରେ ଅବଗତ କରିବା ସହ ଲୋକଙ୍କୁ ହିଂସା ନକରି ଆଇନ କ’ଣ ଭଲ ଭାବେ ବୁଝିବାକୁ ଅନୁରୋଧ କରିଛନ୍ତି।

ଭିଡିଓ ସୌଜନ୍ୟ: ଏଏନଆଇ

ଏହା ସହିତ ନଡ୍ଡା କହିଛନ୍ତି, ବୃହତ୍ତ ସଂଖ୍ୟକ ଲୋକ ଏହି ରାଲିରେ ଯୋଗ ଦେଇଛନ୍ତି। ଯାହା ଦର୍ଶାଉଛି ଯେ, ସେମାନେ ଏହି ଆଇନର ସମର୍ଥନ କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କେବଳ ଭୋଟ ବ୍ୟାଙ୍କ ପାଇଁ ସିଏଏକୁ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି।

ABOUT THE AUTHOR

...view details