ଓଡିଶା

odisha

ETV Bharat / bharat

'ଶହୀଦଙ୍କ ପାଇଁ କାନ୍ଦୁଥିଲା ଦେଶ, ମୋଦି ସୁଟିଂ କରୁଥିଲେ ଫିଲ୍ମ'

ପୁଲୱାମା ଆକ୍ରମଣ ପରେ ମୋଦି ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା ନ କରିବାରୁ ସୁର୍ଜେୱାଲ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ଆହୁରି କହିଛନ୍ତି ଯେ ପାଲମ ବିମାନ ବନ୍ଦରରେ ଶହୀଦଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ସେତେବେଳେ ସେ ଝାନ୍ସିରୁ ଏକ କାର୍ଯ୍ୟକ୍ରମ ଶେଷ କରି ଏକ ଘଣ୍ଟା ବିଲମ୍ବରେ ବିମାନ ବନ୍ଦରକୁ ପହଞ୍ଚିଥିଲେ । ପ୍ରଥମେ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ନ ଦେବାକୁ ଯାଇ ନିଜ ଘରକୁ ଯିବା ଶ୍ରେୟସ୍କର ଭାବିଥିଲେ ମୋଦି ।

By

Published : Feb 21, 2019, 10:54 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ଆରମ୍ଭ ହେଲା ରାଜନୀତି । ଆକ୍ରମଣକୁ ନେଇ କଂଗ୍ରେସ ପିଏମ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ । ଏହାସହ ମୋଦି ସରକାରଙ୍କୁ ୫ଟି ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ପ୍ରବକ୍ତା ରନ୍ଦୀପ ସିଂ ସୁର୍ଜେୱାଲା କହିଛନ୍ତି ଯେ ଅପରାହ୍ନ ୩.୧୫ ମିନିଟରେ ଆକ୍ରମଣର ଖବର ଆସିଯାଇଥିଲା । ୫.୧୫ ମିନିଟରେ କଂଗ୍ରେସ ଏହା ଉପରେ ପ୍ରତିକ୍ରିୟା ଦେଇଥିଲା । ମାତ୍ର ପ୍ରଧାନମନ୍ତ୍ରୀ ମୋଦି କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ପ୍ରବକ୍ତା କହିଛନ୍ତି ଯେ ପୁଲୱାମା ଆକ୍ରମଣ ଦିନରେ ପିଏମ ମୋଦି ଦିନସାରା ପାର୍କ ପରିଭ୍ରମଣ ଓ ନୌକା ବିହାର କରୁଥିଲେ । ଏହାସହ ସେ ସନ୍ଧ୍ୟା ୬.୪୫ ମିନିଟ ଯାଏ ଫିଲ୍ମ ସୁଟିଂ କରାଉଥିଲେ । ପରେ ସେ ଧନଗଢ ଗେଟ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରେ ସ୍ଥାନୀୟ ଲୋକ ମୋଦି ଜିନ୍ଦାବାଦ ନାରା ଦେଉଥିଲେ । ପିଏମ ମଧ୍ୟ ସେମାନଙ୍କ ଅଭିବାଦନକୁ ସ୍ବୀକାର କରିଥିଲେ । ଦେଶ ଆମ ଶହୀଦଙ୍କ ଶରୀରର ଖଣ୍ଡ ବିଖଣ୍ଡକୁ ଗଣୁଥିଲେ । ମାତ୍ର ପିଏମ ନିଜ ନାରା ଲଗାଇବାରେ ବ୍ୟସ୍ତ ଥିଲେ । ସାର ଦେଶର ରୋଷେଇ ଶାଳା ବନ୍ଦ ଥିଲା । ସେହି ସମୟରେ ପିଏମ ଚା' ଓ ଟିଫିନ ଆନନ୍ଦ ଉଠାଉଥିଲେ । ଏହା ହେଉଛି ପିଏମଙ୍କ ପ୍ରକୃତ ଚେହେରା । ଏହାଠାରୁ ଲଜ୍ଜାଜନକ ବ୍ୟବହାର କୌଣସି ପିଏମ କରି ନଥିବେ ବୋଲି ସେ କହିଛନ୍ତି ।

ପୁଲୱାମା ଆକ୍ରମଣ ପରେ ମୋଦି ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା ନ କରିବାରୁ ସୁର୍ଜେୱାଲ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ଆହୁରି କହିଛନ୍ତି ଯେ ପାଲମ ବିମାନ ବନ୍ଦରରେ ଶହୀଦଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ସେତେବେଳେ ସେ ଝାନ୍ସିରୁ ଏକ କାର୍ଯ୍ୟକ୍ରମ ଶେଷ କରି ଏକ ଘଣ୍ଟା ବିଲମ୍ବରେ ବିମାନ ବନ୍ଦରକୁ ପହଞ୍ଚିଥିଲେ । ପ୍ରଥମେ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ନ ଦେବାକୁ ଯାଇ ନିଜ ଘରକୁ ଯିବା ଶ୍ରେୟସ୍କର ଭାବିଥିଲେ ମୋଦି । ବର୍ତ୍ତମାନ ମୋଦି ଦକ୍ଷିଣ କୋରିଆ ପହଞ୍ଚିଛନ୍ତି । ମୋଦିଙ୍କ ମନ୍ତ୍ରୀ ଶହୀଦଙ୍କ ପାର୍ଥିବ ଶରୀର ସହ ସେଲ୍ଫି ନେଇଛନ୍ତି ବୋଲି ସୁର୍ଜେୱାଲା କହିଛନ୍ତି ।

କଂଗ୍ରେସ ମୋଦିଙ୍କୁ ୫ଟି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ପିଏମ ନିଜ, ଏନଏସଏ ଓ ଗୃହମନ୍ତ୍ରୀଙ୍କ ବିଫଳତାକୁ କଣ ପାଇଁ ସ୍ବୀକାର କରୁନାହାନ୍ତି ? ଏତେ ପରିମାଣରେ ଆରଡିଏକ୍ସ ଦେଶରେ କେମିତି ଆସିଲା ? ଜୈଶ-ଇ-ମହମ୍ମଦର ଆକ୍ରମଣର 48 ଘଣ୍ଟା ପୂର୍ବରୁ ଜାରି କରାଯାଇଥିବା ଭିଡିଓକୁ କାହିଁକି ଅଣଦେଖା କରାଯାଇଛି ? ମୋଦି ସରକାର ଓ ଗୃହ ମନ୍ତ୍ରାଳୟ ସିଆରପିଏଫଙ୍କ ଆକାଶ ମାର୍ଗରେ ଯିବାର ନିବେଦନକୁ କାହିଁକି ଅସ୍ବୀକାର କରିଦେଇଥିଲେ ? ମୋଦି ସରକାରଙ୍କ ୫୬ ମାସରେ ୪୮୮ ଯବାନ ଶହୀଦ ହୋଇଛନ୍ତି ? ବିମୁଦ୍ରାକରଣ ଦ୍ବାରା ଆତଙ୍କୀ ଆକ୍ରମଣ ବନ୍ଦ କଣ ପାଇଁ ହୋଇନାହିଁ?

ABOUT THE AUTHOR

...view details