ଓଡିଶା

odisha

ETV Bharat / bharat

ଦଳୀୟ ସାଂସଦଙ୍କୁ ମୋଦିଙ୍କ ଟିପ୍ସ: କିଛି ନୂଆ କରି ଦେଖାଅ

ଆଜି ବସିଥିଲା ବିଜେପି ସଂସଦୀୟ ଦଳ ବୈଠକ । ଦଳୀୟ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

By

Published : Jul 16, 2019, 11:10 AM IST

Updated : Jul 16, 2019, 1:02 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଜନୀତିରେ ନ ମାତି କାମ କର । ଲୋକଙ୍କ ସମସ୍ୟା ଉପରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କର । ବାହାର କର ସମାଧାନର ବାଟ । ଅଧିବେଶନ ସମୟରେ ସଂସଦରେ ଉପସ୍ଥିତ ରହିବାକୁ ଯେମିତି ନ ଭୁଲ । ବିଜେପି ସଂସଦୀୟ ଦଳ ବୈଠକରେ ସାଂସଦଙ୍କୁ ଏମିତି କିଛି ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭିଡିଓ ସୌଜନ୍ୟ: ଏଏନଆଇ

ମଙ୍ଗଳବାର ସଂସଦର ଲାଇବ୍ରେରୀ ହଲରେ ବସିଥିଲା ବୈଠକ । ମୋଦି କହିଥିଲେ, ଅଧିବେଶନ ସମୟରେ ସମସ୍ତ ସାଂସଦ ଉପସ୍ଥିତ ରହିବା ଆବଶ୍ୟକ । ଯିଏ ଉପସ୍ଥିତ ରହୁନାହିଁ, ସେହିଦିନ ସନ୍ଧ୍ୟା ଭିତରେ ହିଁ ଜଣାଅ । ବର୍ତ୍ତମାନ ଦେଶରେ ଜଳସଙ୍କଟ ଦେଖାଯାଉଛି । ତେଣୁ ଏ ଦିଗରେ ମଧ୍ୟ କାମ କରିବାକୁ ପଡିବ । ସେହିପରି ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ କାମ କରିବାକୁ ସାଂସଦଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ନୂଆ କିଛି କରିକି ଦେଖାଇବାକୁ କହିଛନ୍ତି ।

ବୈଠକରେ ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରମୁଖ ସାମିଲ ହୋଇଥିଲେ ।

Last Updated : Jul 16, 2019, 1:02 PM IST

ABOUT THE AUTHOR

...view details