ଓଡିଶା

odisha

ETV Bharat / bharat

ବସିଲା ବିଜେପି ସଂସଦୀୟ ଦଳ ବୈଠକ

ବିଜେପି ସଂସଦୀୟ ଦଳ ବୈଠକ ଆରମ୍ଭ । ମୋଦି ଓ ନଡ୍ଡାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଲା ଦଳ ।

By

Published : Jul 2, 2019, 12:59 PM IST

Updated : Jul 2, 2019, 1:05 PM IST

ଫଟୋ ସୌଜନ୍ଯ: ସୋସିଆଲ ମିଡ଼ିଆ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ବିଜେପି ସଂସଦୀୟ ଦଳର ବୈଠକ । ସଂସଦ ଗୃହରେ ଥିବା ଲାଇବ୍ରେରୀରେ ଅନୁଷ୍ଠିତ ହୋଇଛି ସଭା । ଦ୍ବିତୀୟ ପାଳିରେ ପୂର୍ଣ୍ଣ ବହୁମତ ପାଇ ଦଳ କ୍ଷମତାକୁ ଫେରିବା ପରେ ଏହା ହେଉଛି ପ୍ରଥମ ସଂସଦୀୟ କମିଟି ବୈଠକ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କମିଟି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ସହକାରେ ସ୍ବାଗତ କରାଯାଇଥିଲା । ସେହିପରି ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ହୋଇଥିବା ଜୟପ୍ରକାଶ ନଡ୍ଡାଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ଅଧକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବୈଠକରେ କେଉଁ କେଉଁ ବିଷୟରେ ଆଲୋଚନା କରାଯିବ ତାହା ଜଣାପଡିନାହିଁ ।

ଜୁନ୍ 25 ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ରାଜସ୍ଥାନ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମଦନଲାଲ ସାଇନିଙ୍କ ମୃତ୍ୟୁ ହୋଇଥିଲା । ଫଳରେ ବୈଠକ ସ୍ଥଗିତ ରଖାଯାଇଥିଲା ।

Last Updated : Jul 2, 2019, 1:05 PM IST

ABOUT THE AUTHOR

...view details