ନୂଆଦିଲ୍ଲୀ: ବିଜେପି ସାଂସଦ ରାମ ଶଙ୍କର କାଠେରିଆଙ୍କ ସୁରକ୍ଷାକର୍ମୀଙ୍କ ଦାଦାଗିରି । ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିବା ସହ କଲେ ଫାଙ୍କା ଗୁଳିଚାଳନା । ତେବେ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ହେବା ପରେ କାଠେରିଆଙ୍କ ସୁରକ୍ଷାକର୍ମୀ ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିବା ସହିତ ଏପରି କାଣ୍ଡ ଭିଆଇଛନ୍ତି ।
ଟୋଲପ୍ଲାଜା କର୍ମଚାରୀଙ୍କୁ ପିଟିଲେ ବିଜେପି ସାଂସଦଙ୍କ ସୁରକ୍ଷାକର୍ମୀ - Agra
ବିଜେପି ସାଂସଦ ରାମ ଶଙ୍କର କାଠେରିଆଙ୍କ ସୁରକ୍ଷାକର୍ମୀଙ୍କ ଦାଦାଗିରି । ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିବା ସହ କଲେ ଫାଙ୍କା ଗୁଳିଚାଳନା ।
ଫଟୋ ସୌଜନ୍ୟ: ଏଏନଆଇ
ଖବର ସରବରାହ ସଂସ୍ଥା ଏଏନଆଇ ଦ୍ବାରା ଜାରି କରାଯାଇଥିବା ଟ୍ବିଟର ଭିଡିଓରେ ଦେଖିବାକୁ ମିଳିଛି ରାମ ଶଙ୍କର କାଠେରିଆଙ୍କ ସୁରକ୍ଷାକର୍ମୀ ଟୋଲ ପ୍ଲାଜାର କର୍ମଚାରୀଙ୍କୁ ପ୍ରଥମେ ଟାଣି ଆଣିଥିଲେ । ଏହାପରେ ପାଙ୍କା ଗୁଳିଚାଳନା କରିଥିଲେ । ସିସିଟିଭିରେ ଘଟଣାର ସମସ୍ତ ଦୃଶ୍ୟ କଏଦ ହୋଇଛି । ଏହି ସମୟରେ ପାଖରେ ଉପସ୍ଥିତ ଥିଲେ ରାମ ଶଙ୍କର କାଠେରିଆ ।
ତେବେ ଟୋଲ ପ୍ଲାଜାର କର୍ମଚାରୀ ପ୍ରଥମେ ମୋର ସୁରକ୍ଷାକର୍ମୀଙ୍କୁ ବାଡିରେ ପିଟିଥିଲେ । ତେଣୁ ଆତ୍ମରକ୍ଷା ପାଇଁ ମୋର କର୍ମଚାରୀ ଫାଙ୍କା ଗୁଳିଚାଳନା କରିଥିଲେ ବୋଲି ରାମ ଶଙ୍କର ଉତ୍ତର ରଖିଛନ୍ତି ।