ଓଡିଶା

odisha

ETV Bharat / bharat

ୟୁପିରୁ ବିଜେପିକୁ ଝଟକା, ସାଂସଦ ଧରିଲେ ହାତ

ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶୋକ କୁମାର ଦୋହରେ ଆଜି(ଶୁକ୍ରବାର) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଦଳ ମହାସଚିବ ତଥା ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଓ କିଛି ନେତା ଉପସ୍ଥିତ ଥିଲେ ।

By

Published : Mar 29, 2019, 5:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ରାଜନେତାଙ୍କ ଆରମ୍ଭ ହୋଇଯାଇଛି ଦଳ ବଦଳ ପର୍ବ । ଟିକେଟ ହାସଲ ପାଇଁ ରାଜନୈତିକ ବିଚାରଧାରା କିଛି ଅର୍ଥ ନାହିଁ ବର୍ତ୍ତମାନ ସମୟରେ । ତେଣୁ ଯେଉଁ ଦଳ ନେତାଙ୍କୁ ଟିକେଟ ପ୍ରଦାନ କରିବ ସେହି ଦଳକୁ ସମର୍ଥନ କରୁଛନ୍ତିନେତା । ଏହି କ୍ରମରେ ଆଜି କଂଗ୍ରେସରେ ସାମଲି ହୋଇଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶୋକ କୁମାର ଦୋହରେ । ସେ ଉତ୍ତର ପ୍ରଦେଶରଇଟାୱାସଂସଦୀୟ କ୍ଷେତ୍ରରୁ ସାଂସଦ ଅଛନ୍ତି ।

ଏହାସହ କଂଗ୍ରେସ ତାଙ୍କୁ ଇଟାୱାଲୋକସଭା ଆସନରୁ ପୁଣିଥରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଦୋହରେ ଆଜି(ଶୁକ୍ରବାର) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଦଳ ମହାସଚିବ ତଥା ପଶ୍ଚିମ ୟୁପିପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଓ କିଛି ନେତା ଉପସ୍ଥିତ ଥିଲେ ।

ବିଗତ ଦିନରେ ବିଜେପି ଦୋହରେଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ଇଟାୱାରୁ ରାମଶଙ୍କର କଠେରିୟାଙ୍କୁ ପ୍ରାର୍ଥୀ କରିଛନ୍ତି । କଠେରୀୟା ବର୍ତ୍ତମାନ ଆଗ୍ରା ଲୋକସଭା ଆସନରୁ ସାଂସଦ ଅଛନ୍ତି । ଦୋହରେ ମନ୍ତ୍ରୀ ମଣ୍ଡଳରେ ମାନବ ସମ୍ବଳ ବିକାଶ ରାଜ୍ୟମନ୍ତ୍ରୀ ରହି ସାରିଛନ୍ତି । ସେ ଅନୁସୂଚିତ ଜାତି ଓ ଜନଜାତି ଆୟୋଗର ମଧ୍ୟ ଅଧ୍ୟକ୍ଷ ଅଛନ୍ତି ।

ABOUT THE AUTHOR

...view details