ହାଇଦ୍ରାବାଦ: ତେଲେଙ୍ଗାନାର ବିଧାୟକ ଟି. ରାଜା ଏକ ବୟାନ ଦେଇ ବିବାଦ ଘେରରେ ଛନ୍ଦି ହୋଇ ପଡ଼ିଛନ୍ତି । ନଲଖେଡ଼ାସ୍ଥିତ ଏକ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଇଥିବା ବେଳେ ଗୋ-ହତ୍ୟାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ ।
ଭିଡ ହିଂସା ବୟାନକୁ ନେଇ ବିବାଦରେ ବିଜେପି ବିଧାୟକ - ଭିଡ ହିଂସା
ମବ ଲିଚିଂ(ଭିଡ ହିଂସା) ଉପରେ ବିବାଦୀୟ ବୟାନ ଦେଲେ ତେଲେଙ୍ଗାନା ବିଧାୟକ ଟି.ରାଜା । ଗୋ-ହତ୍ୟା ବିରୋଧି ବିଲ୍ ନ ଆସିଲେ ବଢିବ ମବ ଲିଚିଂ । ଏହା ସହିତ ଅପରାଧ ମଧ୍ୟ ବୃଦ୍ଧି ପାଇବ ବୋଲି କହିଥିଲେ । ସେପଟେ ଜନସଂଖ୍ୟା ବୃଦ୍ଧି ଉପରେ ମଧ୍ୟ ଦେଇଛନ୍ତି ବିବାଦୀୟ ବୟାନ ।
ସେ କହିଥିଲେ ଯେପର୍ଯ୍ୟନ୍ତ ଗୋ-ହତ୍ୟା ବିରୋଧି ବିଲ୍ ଆସିନାହିଁ, ସେ ପର୍ଯ୍ୟନ୍ତ ଗୋ-ହତ୍ୟା ଓ ଗୋ-ଚାଲାଣ ବଢୁଥିବ । ଏପରିକି ମବ ଲିଚିଂ ବଢିବା ସହିତ ବିଭିନ୍ନ ପ୍ରକାର ଅପରାଧିକ ଘଟଣା ମଧ୍ୟ ଘଟୁଥିବ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି କି ଦେଶରେ ବର୍ତ୍ତମାନ ଏଭଳି କିଛି ସମ୍ପ୍ରଦାୟ ଅଛନ୍ତି, ଯାହା ଆମେ ଦୁଇ, ଆମର ପଚାଶ ଚିନ୍ତାଧାରା ନେଇ ଅଗ୍ରସର ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଇନ ଆଣିବାକୁ ଚିନ୍ତା କରୁଛନ୍ତି । ଯାହାକୁ ଆମେମାନେ ଦୃଢଭାବେ ସମର୍ଥନ ଜଣାଇବୁ ବୋଲି ସେ କହିଥିଲେ । ତାଙ୍କର ଏହି ବୟାନକୁ ନେଇ ଏବେ ବେଶ ତୁମ୍ଭି ତୋଫାନ ଆରମ୍ଭ ହୋଇଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ମଧ୍ୟ ହେବ । କଂଗ୍ରେସର ଅନେକ ବଡ଼ ବଡ଼ ନେତା ମଧ୍ୟ ଆମ ଦଳରେ ସାମିଲ ହେବେ ବୋଲି ସେ କହିଥିଲେ ।