ଓଡିଶା

odisha

ETV Bharat / bharat

କୋରୋନା ରାଜନୀତି: ବାପୁଙ୍କ ମୂର୍ତ୍ତିକୁ ମାସ୍କ ପିନ୍ଧାଇଲେ ବିଜେପି ନେତା

ବିହାରର ବକ୍ସରରେ ରାଜନୀତିରେ ବିଦ୍ବୈଷ ଭାବ ଓ ବିରୋଧର ଭିନ୍ନ ଏକ ଦୃଶ୍ୟ ଦେଖବାକୁ ମିଳିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମାସ୍କ ପିନ୍ଧାଇଛନ୍ତି ବିଜେପି ନେତା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 19, 2020, 9:05 PM IST

ପାଟନା: ସାରା ବିଶ୍ବରେ ଏବେ କୋରୋନା ଆତଙ୍କ । ଭାରତ ମଧ୍ୟ କୋରୋନା ଭୟରେ ଭୟଭୀତ । ଚାରିଆଡେ କୋରୋନା ଡର । ଦେଶରେ ଯେଉଁଭଳି ଭାବରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି , ସେହିଭଳି ଭାବେ କୋରୋନାକୁ ନେଇ ରାଜନୀତି ଜାରି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରିସ୍ଥଳେ ବିହାରର ବକ୍ସରେ ରାଜନୀତିରେ ବିଦ୍ବୈଷ ଭାବ ଓ ବିରୋଧ କରିବାର ଭିନ୍ନ ଏକ ଦୃଶ୍ୟ ଦେଖବାକୁ ମିଳିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମାସ୍କ ପିନ୍ଧାଇଛନ୍ତି ବିଜେପି ନେତା ।

କୋରୋନା ରାଜନୀତି: ବାପୁଙ୍କ ମୂର୍ତ୍ତିକୁ ମାସ୍କ ପିନ୍ଧାଇଲେ ବିଜେପି ନେତା

ବିହାର ବକ୍ସରରେ ବିଜେପି ବିଧାନସଭା ପ୍ରାର୍ଥୀ ରହିଥିବା ପ୍ରଦୀପ ଦୁବେ ଓ ତାଙ୍କ ସହ କିଛି କର୍ମୀ କୱଲଦହ ପୁଷ୍କରିଣୀ ନିକଟରେ ପହଞ୍ଚି ସେଠାରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ପ୍ରଥମେ ଗଙ୍ଗାଜଳରେ ଧୋଇଥିଲେ , ମାଲ୍ୟାପର୍ଣ କରିବା ସହ ବାପୁଙ୍କୁ ମାସ୍କ ପିନ୍ଧାଇଥିଲେ ।

ବାପୁଙ୍କୁ ମାସ୍କ ପିନ୍ଧାଇବାର କାରଣ ପଚାରିବାରୁ ସେ କହିଛନ୍ତି ଯେ ଶାହିନ୍ ବାଗ ସମେତ ଦେଶର କୋଣ ଅନୁକୋଣରେ କଂଗ୍ରେସ, ଆରଜେଡି, ଏସପି ନେତାମାନେ ଗାନ୍ଧୀଙ୍କ ଚିନ୍ତାଧାରାକୁ ସଂକ୍ରମିତ କରି ଏନଆରସି ଏବଂ ଏଫଆଇଆର ବିରୋଧରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିଛନ୍ତି । ଗାନ୍ଧୀଙ୍କ ଚିନ୍ତାଧାରାକୁ ଏହି ଦଳର ନେତାଙ୍କ ଜୀବାଣୁରୁ ରକ୍ଷା କରିବା ପାଇଁ ସେ ଏକ ମାସ୍କ ପିନ୍ଧିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, କୋରୋନା ଭାଇରସ ଭଳି ମହାମାରୀରୁ ମୁକ୍ତି ପାଇବା ପାଇଁ ଭାରତ ସରକାରଙ୍କ ସହିତ ସମସ୍ତ ରାଜ୍ୟ ସରକାର ଏବଂ ବିରୋଧୀ ଦଳ ସେମାନଙ୍କ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ଚେଷ୍ଟା କରୁଛନ୍ତି ଏବଂ ଲୋକଙ୍କୁ ସଚେତନ କରାଇବାକୁ ଚାହୁଁଛନ୍ତି । ଅନ୍ୟପଟେ ବିଜେପି ନେତାଙ୍କ ଏଭଳି କାର୍ଯ୍ୟକୁ ରାଜ୍ୟରେ ବିଜେପି ସହଯୋଗୀ ଏଲଜେପି ଏବଂ ଜେଡିୟୁ ଫୋନ କରି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ABOUT THE AUTHOR

...view details