ସିମଲା: କାମ ଦେଉ ନାହିଁ ନିର୍ବାଚନ ଆୟୋଗଙ୍କ ଦଣ୍ଡ । ପ୍ରଚାର ପ୍ରତିବନ୍ଧକର ଦଣ୍ଡ ଭୋଗିବା ସତ୍ବେ କମ ହେଉ ନାହିଁ ନେତାଙ୍କ ବୟାନବାଜି । ଏହି କ୍ରମରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣି ଦେଇ 2 ଦିନ ପ୍ରତିବନ୍ଧକର ଦଣ୍ଡ ଭୋଗିଥିବା ହିମାଚଳ ପ୍ରଦେଶର ବିଜେପି ଅଧ୍ୟକ୍ଷ ସତପାଲ ସିଂହ ସତ୍ତି ପୁଣି ଥରେ ବିଷ ଓଗାଳିଛନ୍ତି । ଏଥର ସେ ନିଜ ବିରୋଧୀଙ୍କ କାନ୍ଧ କାଟି ହାତରେ ଧରାଇ ଦେବାର ଧମକ ଦେଇଛନ୍ତି ।
ବିରୋଧୀଙ୍କ ହାତ କାଟିବାର ଧମକ ଦେଲେ ବିଜେପି ନେତା
ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣି ଦେଇ 2 ଦିନ ପ୍ରତିବନ୍ଧକର ଦଣ୍ଡ ଭୋଗିଥିବା ହିମାଚଳ ପ୍ରଦେଶର ବିଜେପି ଅଧ୍ୟକ୍ଷ ସତପାଲ ସିଂହ ସତ୍ତି ପୁଣି ଥରେ ବିଷ ଓଗାଳିଛନ୍ତି । ଏଥର ସେ ନିଜ ବିରୋଧୀଙ୍କ କାନ୍ଧ କାଟି ହାତରେ ଧରାଇ ଦେବାର ଧମକ ଦେଇଛନ୍ତି ।
ଫଟୋ ସୌଜନ୍ୟ: ଏଏନଆଇ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ବିଜେପି ନେତାଙ୍କ ଉପରେ ଯିଏ ଆଙ୍ଗୁଳି ଉଠାଇବ ତାର କାନ୍ଧ କାଟି ହାତରେ ଧରାଇ ଦିଆଯିବ ବୋଲି ସେ କହିଛନ୍ତି । ମଣ୍ଡିରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ସେ ଏଭଳି କହିଛନ୍ତି ।
ଏହା ପୂର୍ବରୁ ଏପ୍ରିଲ 13 ତାରିଖରେ ଏକ ରାଲିକୁ ସମ୍ବୋଧିତ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ସତପାଲ । ଏନେଇ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ 48 ଘଣ୍ଟା ପାଇଁ ପ୍ରତିବନ୍ଧକ ଲଗାଇଥିଲେ ।
Last Updated : Apr 25, 2019, 6:13 AM IST