ନୂଆଦିଲ୍ଲୀ: ଯଦି ବିଜେପି 2019 ମହାଲଢେଇରେ ବିଜୟୀ ହୁଏ, ଦେଶରେ ଆଗାମୀ 50 ବର୍ଷ ପର୍ଯ୍ୟନ୍ତ ବିଜେପି ଶାସନ କରିବ । ଲୋକସଭା ନିର୍ବାଚନ ପୂର୍ବରୁ ଏହା କହିଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ । ବିଜେପିକୁ ଆଗାମି 50 ବର୍ଷ ପର୍ଯ୍ୟନ୍ତ କୌଣସି ଦଳ ହରାଇ ପାରିବ ନାହିଁ ବୋଲି ମଧ୍ୟ ସେ ଦାବି କରିଥିଲେ । ତେବେ ଶାହାଙ୍କ ଏହି କଥାକୁ ଏବେ ଦୋହରାଇଛନ୍ତି ବିଜେପି ମହାସଚିବ ରାମ ମାଧବ । ଦଳ 2047 ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିବ ବୋଲି ସେ ଦାବି କରିଛନ୍ତି ।
ଶାହଙ୍କ ପରେ ରାମ ମାଧବ: ‘ଆଗାମୀ 50 ବର୍ଷ ଯାଏଁ ଶାସନ କରିବ ବିଜେପି’ - record
1950ରୁ 1977 ମସିହା ପର୍ଯ୍ୟନ୍ତ ଦେଶରେ ଲମ୍ବା ସମୟ ଯାଏଁ ଶାସନ କ୍ଷମତାରେ ରହି ରେକର୍ଡ କରିଥିଲା କଂଗ୍ରେସ । କିନ୍ତୁ କଂଗ୍ରେସର ଏହି ରେକର୍ଡ ବିଜେପି ଭାଙ୍ଗିବ ଏବଂ 2047 ପର୍ଯ୍ୟନ୍ତ ଦଳ ଶାସନ କ୍ଷମତାରେ ରହିବ ବୋଲି ରାମ ମାଧବ କହିଛନ୍ତି ।
ଦେଶରେ ଲମ୍ବା ସମୟ ପର୍ଯ୍ୟନ୍ତ (1950 ରୁ 1977) ଶାସନ କ୍ଷମତାରେ ରହି ରେକର୍ଡ କରିଥିଲା କଂଗ୍ରେସ । କିନ୍ତୁ କଂଗ୍ରେସର ଏହି ରେକର୍ଡ ବିଜେପି ଭାଙ୍ଗିବ ଏବଂ 2047 ପର୍ଯ୍ୟନ୍ତ ଦଳ ଶାସନ କ୍ଷମତାରେ ରହିବ ବୋଲି ରାମ ମାଧବ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶରେ ଶାସନ କରିବ । 2047 ପର୍ଯ୍ୟନ୍ତ ଦଳ ଶାସନ କରିବ ବୋଲି ସେ ବିଶ୍ବାସ ପ୍ରକଟ କରିଛନ୍ତି ।
ରାମ ମାଧବ ଅଗରତାଲାରେ ଦଳର ଏକ ବିଜୟ ରାଲିକୁ ସମ୍ବୋଧିତ କରି ଏଭଳି କହିଛନ୍ତି । ଗତ 5 ବର୍ଷରେ ବିଜେପି ସାମ୍ପ୍ରଦାୟିକ ଅଶାନ୍ତି, ଦୁର୍ନୀତି ନିବାରଣ ଏବଂ ଶକ୍ତିଶାଳୀ ଭାରତ ନିର୍ମାଣରେ ସଫଳ ହୋଇଥିବାରୁ ଦଳକୁ ପ୍ରଚଣ୍ଡ ବିଜୟ ମିଳିଛି । ଆଗାମୀ ଦିନରେ ମଧ୍ୟ ଏଭଳି ହେବ ବୋଲି ସେ କହିଛନ୍ତି ।