ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୈତିକ ସଙ୍କଟ : ଫ୍ଲୋର ଟେଷ୍ଟ ଦାବି କରିବନି ବିଜେପି ! - ଫ୍ଲୋର ଟେଷ୍ଟ ଦାବି କରିବନି ବିଜେପି

ବିଜେପି ରାଜସ୍ଥାନ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦାବି କରିବ ନାହିଁ ବୋଲି ରାଜସ୍ଥାନ ବିଧାନସଭାରେ ବିରୋଧୀ ଦଳର ନେତା ଗୁଲାବ ଚାନ୍ଦ କାଟାରିଆ କହିଛନ୍ତି। ଏହା ସହିତ ଏହି ମାମଲାରେ ବିଜେପିକୁ ଅଯଥାରେ ବିବାଦ ଘେରକୁ ଟାଣି ନିଆଯାଉଛି ବୋଲି ସେ କହିଛନ୍ତି ।

ଗୁଲାବ ଚାନ୍ଦ କାଟାରିଆ
ଗୁଲାବ ଚାନ୍ଦ କାଟାରିଆ

By

Published : Jul 19, 2020, 3:47 PM IST

ଜୟପୁର : ରାଜସ୍ଥାନରେ ଚାଲିଥିବା ରାଜନୀତିକ ହଟଚମଟକୁ ନୀରବତାର ସହ ଅନୁଧ୍ୟାନ କରୁଥିବା ବିଜେପି ଏବେ ମୁହଁ ଖୋଲିଛି । 19 ବିଧାୟକଙ୍କ ବିଦ୍ରୋହ ପରେ ବିରୋଧୀ ବିଜେପି ଗେହଲଟ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ମାଗିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଜେପି । ବିଜେପି ରାଜସ୍ଥାନ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦାବି କରିବ ନାହିଁ ବୋଲି ରାଜସ୍ଥାନ ବିଧାନସଭାରେ ବିରୋଧୀ ଦଳର ନେତା ଗୁଲାବ ଚାନ୍ଦ କାଟାରିଆ କହିଛନ୍ତି। ଏହା ସହିତ ଏହି ମାମଲାରେ ବିଜେପିକୁ ଅଯଥାରେ ବିବାଦ ଘେରକୁ ଟାଣି ନିଆଯାଉଛି ବୋଲି ସେ କହିଛନ୍ତି ।

ରାଜସ୍ଥାନର ରାଜନୈତିକ ସଙ୍କଟକୁ ନେଇ ଗୁଲାବ ଚାନ୍ଦ କାଟାରିଆ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଜେପି କଦାପି ଫ୍ଲୋର ଟେଷ୍ଟ ଦାବି କରି ନାହିଁ । ଆମେ ସେମାନଙ୍କ ଲଢେଇ ଉପରେ ନଜର ରଖିଛୁ। ଠିକ ସମୟ ଆସିଲେ ଆମେ ସେହି ଦିଗରେ ଆଲୋଚନା କରିବୁ ଏବଂ ଆଗକୁ ବଢିବୁ ବୋଲି ସେ କହିଛନ୍ତି ।

ଫୋନ୍ ଟ୍ୟାପ୍ ଅଭିଯୋଗକୁ ନେଇ ସେ କହିଛନ୍ତି, ରାଜ୍ୟ ସରକାରଙ୍କର ଫୋନ୍ ଟ୍ୟାପ୍ କରିବାର ଅଧିକାର ଅଛି । କିନ୍ତୁ ଏହାକୁ ଗୃହ ବିଭାଗର ଅନୁମୋଦନ ମିଳିବା ପରେ ହିଁ କୌଣସି ବେସରକାରୀ ବ୍ୟକ୍ତି ଏଭଳି କରିପାରିବେ । କଂଗ୍ରେସ ଏଥିପାଇଁ କ୍ଷମତାପ୍ରାପ୍ତ ନୁହଁନ୍ତି ସେ ଆଇନର ଉଲ୍ଲଂଘନ କରିଛି ବୋଲି ସେ କହିଛନ୍ତି ।

https://aninews.in/news/national/general-news/bjp-has-never-demanded-floor-test-gulab-chand-kataria-on-rajasthan-political-crisis20200719141732/

ABOUT THE AUTHOR

...view details