ଓଡିଶା

odisha

ETV Bharat / bharat

ନିର୍ବାଚନୀ ବଣ୍ଡ ବିଜେପିକୁ କରିଛି ମାଲାମାଲ, ମିଳିଛି ସର୍ବାଧିକ ୨୧୦ କୋଟି ଟଙ୍କା

ନିର୍ବାଚନୀ ବଣ୍ଡ ମାଧ୍ୟମରେ ୨୦୧୭-୧୮ରେ ସବୁଠାରୁ ଅଧିକ ୨୧୦ କୋଟି ଟଙ୍କାର ଚାନ୍ଦା ବିଜେପିକୁ ମିଳିଛି ବୋଲି ଆୟୋଗ ମୋହର ମାରିଛନ୍ତି । ଅନ୍ୟପକ୍ଷେ ଅନ୍ୟ ସମସ୍ତ ଦଳଗୁଡିକୁ ମାତ୍ର ୧୧ କୋଟି ଟଙ୍କାର ଚାନ୍ଦା ମିଳିଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ପ୍ରତୀକାତ୍ମକ ଫଟୋ

By

Published : Apr 12, 2019, 11:12 PM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ନିର୍ବାଚନକୁ ଶୃଙ୍ଖଳିତ ତଥା ନିର୍ମଳ କରିବା ହେଉଛି ନିର୍ବାଚନ ଆୟୋଗଙ୍କର ମୁଖ୍ୟ କର୍ତ୍ତବ୍ୟ । ତେଣୁ ପ୍ରତ୍ୟେକ ରାଜନୈତିକ ଦଳର ଟିକିନିଖି କ୍ରିୟାକଳାପ ଉପରେ ନଜର ରଖିଛନ୍ତି ଆୟୋଗ ।

ଏହି କ୍ରମରେ ନିର୍ବାଚନ ଆୟୋଗ ନିର୍ବାଚନୀ ବଣ୍ଡ(ଇଲେକ୍ଟୋରାଲ ବଣ୍ଡ) ମାଧ୍ୟମରେ ଦଳକୁ ମିଳୁଥିବା ଚାନ୍ଦାର ସଂପୂର୍ଣ୍ଣ ବିବରଣୀ ରଖିଛନ୍ତି । ଏହି ନିର୍ବାଚନୀ ବଣ୍ଡ ମାଧ୍ୟମରେ ୨୦୧୭-୧୮ରେ ସବୁଠାରୁ ଅଧିକ ୨୧୦ କୋଟି ଟଙ୍କାର ଚାନ୍ଦା ବିଜେପିକୁ ମିଳିଛି ବୋଲି ଆୟୋଗ ମୋହର ମାରିଛନ୍ତି ।

ଅନ୍ୟପକ୍ଷେ ଅନ୍ୟ ସମସ୍ତ ଦଳଗୁଡିକୁ ମାତ୍ର ୧୧ କୋଟି ଟଙ୍କାର ଚାନ୍ଦା ମିଳିଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଏହି ତଥ୍ୟ ଗୁରୁବାର ଆୟୋଗ ସୁପ୍ରିମକୋର୍ଟ ଆଗରେ ଉପସ୍ଥାପନ କରିଥିଲେ । ରାଜନୀତିରେ ପାରିଦର୍ଶିତା ଓ ପ୍ରଚାର ବେଳେ ନଗଦ ଅର୍ଥ ବ୍ୟବହାର ଉପରେ ଦୃଷ୍ଟି ରଖିବା ପାଇଁ ମୋଦି ସରକାର ଏହି ଇଲେକ୍ଟୋରାଲ ବଣ୍ଡ ଆଣିଥିଲେ । ବର୍ତ୍ତମାନ ଏହି ବଣ୍ଡ କ୍ଷମତାଧାରୀ ବିଜେପିକୁ ଅଧିକ ଲାଭ ପହଞ୍ଚାଇଥିବାର ଦେଖାଯାଉଛି ।

ନିର୍ବାଚନୀ ବଣ୍ଡ ବର୍ତ୍ତମାନ କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଠାରୁ କ୍ରୟ କରି ହେବ । ଏସୋଶିଏସନ ଫର ଡେମୋକ୍ରେଟିକ ରିଫାର୍ମ୍ସ(ଏଡିଆର)କୁ ସୂଚନା ଅଧିକାର(ଆରଟିଆଇ) ଅନ୍ତର୍ଗତ ମିଳିଥିବା ତଥ୍ୟ ଅନୁସାରେ ଗତ ଏକବର୍ଷରେ ଏହି ବଣ୍ଡର ବିକ୍ରିରେ ୬୨ ପ୍ରତିଶତ ବୃଦ୍ଧି ଆସିଛି ।

ABOUT THE AUTHOR

...view details