ବେଙ୍ଗାଲୁରୁ: ପୁଣି ଥରେ ରୋମାଞ୍ଚକର ମୋଡ ନେଇଛି କର୍ଣ୍ଣାଟକର ରାଜନୈତିକ ନାଟକ । କୁମାରସ୍ବାମୀ ସରକାର ଆସନ୍ତା ଗୁରୁବାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ ବୋଲି ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି । ଏନେଇ 18 ଜୁଲାଇରେ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ଏବଂ ଏହା ପରେ ବିଧାନସଭାରେ ଆସ୍ଥା ଭୋଟ ହେବ ।
ଜୁଲାଇ 18ରେ କୁମାରସ୍ବାମୀ ସରକାରଙ୍କ ଶକ୍ତି ପରୀକ୍ଷା - congress
କୁମାରସ୍ବାମୀ ସରକାର ଆସନ୍ତା ଗୁରୁବାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ ବୋଲି ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି । ଏନେଇ 18 ଜୁଲାଇରେ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ଏବଂ ଏହା ପରେ ବିଧାନସଭାରେ ଆସ୍ଥା ଭୋଟ ହେବ ।
ବିଏସପି ୟେଦରୁପ୍ପାଙ୍କ ନେତୃତ୍ବରେ ବିଜେପି ବିଧାୟକ ସୋମବାର ବାଚସ୍ପତି ରମେଶ କୁମାରଙ୍କୁ ସାକ୍ଷାତ କରିଥିଲେ । କୁମାରସ୍ବାମୀଙ୍କ ସରକାର ସଦନରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରନ୍ତୁ ବୋଲି ସେମାନେ ଦାବି କରିଥିଲେ । ତେବେ ମଙ୍ଗଳବାର ବିଦ୍ରୋହୀ ବିଧାୟକଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଅନାସ୍ଥା ଭୋଟ ହେବ ବୋଲି ବାଚସ୍ପତି ସେମାନଙ୍କୁ କହିଛନ୍ତି ।
ସେପଟେ ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଥିଲା । ସିଦ୍ଧାରମୈୟା ଏବଂ କଂଗ୍ରେସ ନେତା କେସି ବେଣୁଗୋପାଳ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ । ତେବେ ବିଧାନସଭା ଅଧିବେଶନ ପରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ହୋଟେଲ ଫେରିଯିବାକୁ ଏଥିରେ କୁହାଯାଇଛି । ଏହା ବ୍ୟତୀତ ପ୍ରତ୍ୟେକ ନିଷ୍ପତ୍ତିରେ ସମସ୍ତ ବିଧାୟକଙ୍କୁ ଏକତ୍ରିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ସମସ୍ତଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି ।