ଓଡିଶା

odisha

ETV Bharat / bharat

ଏକଜିଟ୍ ପୋଲ ରିପୋର୍ଟ ଆସିବା ପରେ, 21ରେ ବୈଠକ ଡାକିଲା ବିଜେପି - important meeting

ଏକଜିଟ୍ ପୋଲ ଫଳାଫଳ ଆସିବା ମାତ୍ରେ ବିଜେପି ଡକାଇଲା ଗୁରୁତ୍ବପୂର୍ଣ୍ଣ ବୈଠକ । 21ରେ ବିଜେପିର ସମସ୍ତ ଟପ୍ ଲିଡର ଦିଲ୍ଲୀ ବୈଠକରେ ଯୋଗ ଦେବେ ।

ଫାଇଲ ଫଟୋ

By

Published : May 20, 2019, 6:44 AM IST

Updated : May 20, 2019, 8:23 AM IST

ନୂଆଦିଲ୍ଲୀ: ଏକଜିଟ୍‌ ପୋଲ ରିପୋର୍ଟ ଆସୁଆସୁ ଦେଶର ରାଜନୈତିକ ମାହଲରେ ହଟଚମଟ । ସେପଟେ ବିଜେପି ମେ 21 ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ଏହି ବୈଠକରେ ଦଳୀୟ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଯାଇଛି । କୁହାଯାଉଛି ଯେ ମେ 23 ରେ ଆସିବାକୁ ଥିବା ଫଳାଫଳକୁ ନଜରରେ ରଖି ରଣନୀତି ପ୍ରସ୍ତୁତ କରିବ ଦଳ । ଆଉ ଯଦି ସରକାର ଗଠନ ହୁଏ ତେବେ କେଉଁ ଭଳି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା ହେବ ।

ସେପଟେ ଆୟୋଜିତ ବୈଠକର ଅଧ୍ୟକ୍ଷତା କିଏ କରିବ ସେ ସମ୍ପର୍କରେ କୌଣସି ସୂଚନା ମିଳନାହିଁ । ତେବେ ଏକଜିଟ୍‌ ପୋଲ ଦ୍ବାରା ଅନୁମାନ କରାଯାଉଛି ଯେ ଚଳିତଥର ବିଜେପିକୁ 336 ଆସନ ମିଳିବ । ସେହିପରି କଂଗ୍ରେସ 82 ଆସନରେ ହିଁ ସୀମିତ ରହିବ । ଅନ୍ୟାନ୍ୟକୁ 124 ଆସନ ମିଳିବ ବୋଲି ଆଶା କରାଯାଉଛି ।

ଏକଜିଟ୍‌ ପୋଲରେ ଦେଖାଯାଉଥିବା ବିଜେପିର ସଫଳତାକୁ ନେଇ ସବୁଆଡେ ଚର୍ଚ୍ଚା । ତେବେ ମେ 23 ତାରିଖରେ ଫଳାଫଳ ଆସିଲେ ହିଁ ଜଣାପଡିବ କିଏ କେତେ ଆସନରେ ବିଜୟୀ ହେଉଛି ।

Last Updated : May 20, 2019, 8:23 AM IST

For All Latest Updates

ABOUT THE AUTHOR

...view details