ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପକୁ ନେଇ ସଂସଦରେ ଗର୍ଜିଲା ବିଜେଡି । ରାଜ୍ୟସଭାରେ ପୋଲାଭରମ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୋଲାଭରମ୍ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। ତୁରନ୍ତ ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି । ପୋଲାଭରମ ଯୋଗୁଁ ଓଡିଶାର ଆଦିବାସୀଙ୍କ ସମେତ ପ୍ରାୟ 6 ହଜାର ଲୋକ ନିଜ ଜମି ହରାଇବେ । ଏହାର ପ୍ରଭାବ ଅନେକ ଚାଷଜମି ଉପରେ ମଧ୍ୟ ପଡିବ । ଏହି ଦିଗରେ କେନ୍ଦ୍ର ସରକାର କ'ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।
ପୋଲାଭରମ୍ ପ୍ରକଳ୍ପ: ରାଜ୍ୟସଭାରେ ଜବାବ ମାଗିଲେ ସସ୍ମିତ - ରାଜ୍ୟସଭାରେ ପୋଲାଭରମ୍ ପ୍ରକଳ୍ପ
ରାଜ୍ୟସଭାରେ ପୋଲାଭରମ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଶୁଣନ୍ତୁ ସେ କ'ଣ କହିଛନ୍ତି...
ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି
ତେବେ ସସ୍ମିତଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ଜଳଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଏହି ମାମଲା ଏବେ ସୁପ୍ରିମକୋର୍ଟଙ୍କ ପାଖରେ ବିଚାରଧୀନ ରହିଛି । ସୁପ୍ରିମକୋର୍ଟଙ୍କ ରାୟ ନଆସିବା ପର୍ଯ୍ୟନ୍ତ ଏହି ମାମଲାରେ ଚର୍ଚ୍ଚା କରିବା ଅନାବଶ୍ୟକ ବୋଲି ସେ କହିଛନ୍ତି ।