ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ଆଶାକର୍ମୀ ଓ ଅଙ୍ଗନବାଡିଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି - ରାଜ୍ୟସଭାରେ ବିଜେଡିର ସ୍ପେଶାଲ ପ୍ୟାକେଜ ଦାବି

ବୁଧବାର ରାଜ୍ୟସଭାରେ ଅଙ୍ଗନବାଡି ଓ ଆଶା କର୍ମୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସୁବାଷ ସିଂ ଏହି ଦାବି ରଖିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟସଭାରେ ଆଶାକର୍ମୀ ଓ ଅଙ୍ଗନବାଡିଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି
ରାଜ୍ୟସଭାରେ ଆଶାକର୍ମୀ ଓ ଅଙ୍ଗନବାଡିଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି

By

Published : Sep 23, 2020, 11:59 AM IST

ନିଆଦିଲ୍ଲୀ: ବୁଧବାର ରାଜ୍ୟସଭାରେ ଅଙ୍ଗନବାଡି ଓ ଆଶା କର୍ମୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସୁବାଷ ସିଂ ଏହି ଦାବି ରଖିଛନ୍ତି । ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି ଆଶା ଓ ଅଙ୍ଗନାବାଡି କର୍ମୀ । ଏପରିକି ସରକାର ତାଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି । ହେଲେ ସେମାନଙ୍କ କାର୍ଯ୍ୟ ତୁଳନାରେ ପାରିଶ୍ରମିକ ଖୁବ କମ୍‌ ରହିଛି । ତେଣୁ ସେମାନଙ୍କ ମାସିକ ଦରମା ବୃଦ୍ଧି କରିବା ସହ ସ୍ପେଶାଲ ଘୋଷଣା କରିବାକୁ ଦଳ ପକ୍ଷରୁ ସୁବାଷ ସିଂ ଆଜି ଗୃହରେ କହିଛନ୍ତି ।

ରାଜ୍ୟସଭାରେ ଆଶାକର୍ମୀ ଓ ଅଙ୍ଗନବାଡିଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲା ବିଜେଡି

ଅଙ୍ଗନବାଡି କର୍ମୀ ମାସିକ 4500 ଟଙ୍କା ପାଉଥିବା ବେଳେ ଆଶା କର୍ମୀ ମାତ୍ର 2500 ଟଙ୍କା ପାଉଛନ୍ତି । କୋରୋନା ମହାମାରୀ ସମୟରେ ସେମାନେ ଲୋକଙ୍କ ସେବାରେ ଲାଗିଛନ୍ତି । ସମଗ୍ର ଦେଶର ସଙ୍ଗରୋଧ କେନ୍ଦ୍ରର ମେରୁଦଣ୍ଡ ସାଜିଛନ୍ତି । ତେଣୁ ଅଙ୍ଗନବାଡି କର୍ମୀଙ୍କୁ 15000 ହଜାର ଓ ଆଶା କର୍ମୀଙ୍କୁ 10000 ଦେବାକୁ ସେ ଦାବି କରିଛନ୍ତି।

ସେପଟେ, ଯଦି କୌଣସି ଅଙ୍ଗନବାଡି କର୍ମୀ କିମ୍ବା ଆଶା କର୍ମୀଙ୍କ କୋରୋନାରେ ମୃତ୍ୟୁ ହୁଏ, ତେବେ ସେମାନଙ୍କ ପରିବାର ମାସିକ 7500 ଟଙ୍କା ଭତ୍ତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ବୋଲି ବିଜେଡି ସାଂସଦ କହିଛନ୍ତି । କୋରୋନା ଯୋଦ୍ଧାଙ୍କ ଏଭଳି ପ୍ରସ୍ତାବକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ପ୍ରଶଂସା କରିବା ସହ ଏହା ଉପରେ ବିଚାର କରିବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details