ନୂଆଦିଲ୍ଲୀ: ନୀତି ଆୟୋଗଙ୍କ କାର୍ଯ୍ୟକାଳ ସମୟସୀମାକୁ ବୃଦ୍ଧି କରାଯାଇଛି। କ୍ୟାବିନେଟର ନିଯୁକ୍ତି ସମିତି ଦ୍ବାରା ଏହି କାର୍ଯ୍ୟକାଳକୁ 2ବର୍ଷ ପାଇଁ ବଢାଇ ଦିଆଯାଇଛି । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପେ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ 30 ଜୁନ 2019ରେ ଶେଷ ହେଉଥିବାବେଳେ ଏହାକୁ 30 ଜୁନ 2021 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ବଢିଲା ନୀତିଆୟୋଗ ସିଇଓଙ୍କ କାର୍ଯ୍ୟକାଳ - ceo
ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବା ବେଳେ ଏହାକୁ 2021 ଜୁନ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସିବା ପରେ, ନୀତି ଆୟୋଗ ପଲିସିର ପୁନଃଗଠନକୁ ମଞ୍ଜୁରୀ ମିଳିଥିଲା । ଯାହାପରେ ଏହି ନିଷ୍ପତ୍ତି ନିଆଯାଇ ପାରିଛି । ସୂଚନା ଅନୁସାରେ, ଅମିତାଭ କାନ୍ତ 1980 ମସିହା ବ୍ୟାଚର କେରଳ କ୍ୟାଡରର ଆଇଏଏସ ଅଧିକାରୀ । ସରକାର ତାଙ୍କୁ 17ଫେବୃଆରୀ 2016ରେ ଦୁଇବର୍ଷିଆ କାର୍ଯ୍ୟକାଳରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପଦରେ ନିଯୁକ୍ତ କରିଥିଲେ ।
ସେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଷ୍ଟିଫୋନ କଲେଜରୁ ଅର୍ଥନୀତିରେ ସ୍ନାତକ କରିବା ପରେ ଜେଏନୟୁ ବିଶ୍ବବିଦ୍ୟାଳୟରେ ମାଷ୍ଟର୍ସ କରିଥିଲେ । ମେକ ଇନ ଇଣ୍ଡିଆ, ଷ୍ଟାର୍ଟ ଅଫ ଇଣ୍ଡିଆ, incredible India, Gods on country ଭଳି ଯୋଜନାରେ ଅମିତାଭ ସାମିଲ ହୋଇଥିଲେ । ଏହାସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସେ ଟ୍ୟାକ୍ସି ଚାଳକଙ୍କୁ ଅତିଥି ଦେବଃ ଭବଃର ମନ୍ତ୍ର ମଧ୍ୟ ଦେଇଥିଲେ।