ରାଞ୍ଚି: ଋଣ ବୋଝ କାରଣରୁ ବିର୍ଲା ଇଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିର ଛାତ୍ର ଶଶୀକାନ୍ତ ସିହ୍ନା ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ ଦେହକୁ ଗତ 1 ତାରିଖରେ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ସେତେବେଳେ ତାଙ୍କର ପରିଚୟ ମିଳିପାରି ନଥିଲା । ଋଣଭାର ଓ ବେକାର ଥିବା କାରଣରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ବାପା କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷା ଋଣ ଛାଡ କରିବାକୁ କରିଥିଲେ ନିବେଦନ, ଶେଷରେ କଲେ ଆତ୍ମହତ୍ୟା
ବିର୍ଲା ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଛାତ୍ର ଶଶୀକାନ୍ତ ସିହ୍ନା ଆତ୍ମହତ୍ୟା କରିଥିବା ଜଣାପଡିଛି । ଋଣ ବୋଝ କାରଣରୁ କରିଛନ୍ତି ଆତ୍ମହତ୍ୟା ।
ଫଟୋ ସୌଜନ୍ୟ: ଇଟିଭି ଭାରତ
ସୂଚନାଯୋଗ୍ୟ, 25 ବର୍ଷୀୟ ଶଶୀକାନ୍ତ ବ୍ୟାଙ୍କରୁ 7.5 ଲକ୍ଷ ଟଙ୍କାର ଶିକ୍ଷାଋଣ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ସୁଧ ବଢିବଢି 11ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ସେ ନିଜର ଋଣକୁ ପରିଶୋଧ କରିବାରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ପତ୍ର ମଧ୍ୟ ଲେଖିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଏପରିକି ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା । ଏହାପରେ ସେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡିଛି । ସେ ପ୍ରାୟ 7 ମାସ ପୂର୍ବରୁ ଘରୁ ଆସିଥିବା କଥା ତାଙ୍କ ବାପା ପ୍ରକାଶ କରିଛନ୍ତି ।