ଓଡିଶା

odisha

ETV Bharat / bharat

ରାଫେଲ ବିମାନ ପାଇଁ ବିପଦ 'ପାରା' - fighter-jets

ରାଫେଲ ବିମାନର ଘରୋଇ ଏୟାର ବେସ ନିକଟରେ ପାରା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଏହି ପାରାମାନଙ୍କଠାରୁ ବିମାନର ସୁରକ୍ଷା କିପରି କରାଯିବ, ତାହା ଭାରତୀୟ ବାୟୁସେନାର ଚିନ୍ତାକୁ ବଢାଉଛି ।

ଫାଇଲ ଫଟୋ

By

Published : Jul 7, 2019, 9:14 AM IST

ଚଣ୍ଡିଗଡ: ପକ୍ଷୀ ପାଇଁ ବିପଦରେ ପଡିପାରେ ରାଫେଲ ଯୁଦ୍ଧ ବିମାନ । ସେପ୍ଟେମ୍ବରରେ ଦେଶର ପ୍ରଥମ ରାଫେଲ ବିମାନ ଆସିବାକୁ ଥିବାବେଳେ ଏହାର ସୁରକ୍ଷା ପାଇଁ ଚିନ୍ତାରେ ଅଛି ଭାରତୀୟ ବାୟୁସେନା । ତେବେ ଏହି ରାଫେଲ ବିମାନର ଘରୋଇ ଏୟାର ବେସ ବା ମୁଖ୍ୟାଳୟ ହରିୟାଣାର ଅମ୍ବାଲାରେ ହେବ । କିନ୍ତୁ ଏହି ଏୟାରବେସ ନିକଟରେ ପାରା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଏହି ପାରାମାନଙ୍କଠାରୁ ବିମାନର ସୁରକ୍ଷା କିପରି କରାଯିବ, ତାହା ଭାରତୀୟ ବାୟୁସେନାର ଚିନ୍ତାକୁ ବଢାଉଛି ।

ବାୟୁସେନାର କହିବା ଅନୁଯାୟୀ, ଅମ୍ବାଲାରେ ଅନେକ ଲୋକ ନିଜ ଘରେ ପାରା ପାଳୁଛନ୍ତି । ଯାହାଦ୍ବାରା ପାରାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ପାରାମାନେ ଏୟାରବେସର ଆଖପାଖରେ ଉଡୁଛନ୍ତି । ଯାହା ଭବିଷ୍ୟତରେ ରାଫେଲ ବିମାନ ପାଇଁ ବିପଦ ସୃଷ୍ଟି କରିବ । ତେଣୁ ବିମାନର ସୁରକ୍ଷାକୁ ଆଖିରେ ରଖି ଭାରତୀୟ ବାୟୁସେନାର ଅଧିକାରୀ ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ନିକଟରେ ଏକ ପାରା ଯୋଗୁଁ ଭାରତୀୟ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଲ୍ୟାଣ୍ଡିଙ୍ଗ ସମୟରେ ଏକ ପାରା ବିମାନର ଇଞ୍ଜିନକୁ ଧକ୍କା ଦେଇଥିଲା ।

For All Latest Updates

ABOUT THE AUTHOR

...view details