ଓଡିଶା

odisha

ETV Bharat / bharat

ସଂସଦର ଶୀତକାଳୀନ ଅଧିବେଶନ; ଚ୍ୟାଲେଞ୍ଜିଂ ହେବ ଏନଆରସି ବିଲ୍‌ - ସଂସଦର ଶୀତକାଳୀନ ଅଧିବେଶନ

ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନାଗରିକ ସଂଶୋଧନ ବିଲ୍ (ଏନଆରସି) ପାରିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହେବ। ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Nov 17, 2019, 6:14 PM IST

ନୂଆଦିଲ୍ଲୀ: ସୋମବାରରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ଶାସକ ଦଳ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିବାର ଯୋଜନା କରୁଛି । ତେବେ ସେଗୁଡିକ ମଧ୍ୟରୁ ଏକ ବିଲ ହେଉଛି ନାଗରିକ ସଂଶୋଧନ ବିଲ୍ ବା (ଏନଆରସି) । ମୋଦି ସରକାର ତାଙ୍କ ପ୍ରଥମ କାର୍ଯ୍ୟକାଳରେ ବିରୋଧ ପାଇଁ ଗୃହରେ ଏନଆରସି ବିଲ୍ ପାରିତ କରିପାରିନଥିଲେ । ତେଣୁ ଚଳିତ ଥର ଏହି ବିଲ୍‌କୁ ପାରିତ କରିବା ତାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିବ ।

ତେବେ ଚଳିତ ଥର ଗୃହରେ ଏହି ବିଲ୍‌କୁ ପାରିତ କରିବା ଶାସକ ଦଳ ପାଇଁ କଷ୍ଟକର ମଧ୍ୟ ସାବ୍ୟସ୍ତ ହେବ । କାରଣ ବିରୋଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଏହା ବ୍ୟତୀତ ଚଳିତ ଥର ବିଜେପିର ସହଯୋଗୀ ରହିଥିବା ଶିବସେନା ରାଜ୍ୟସଭାରେ ବିରୋଧୀ ଆସନରେ ବସିବ ଏବଂ ଉଭୟଙ୍କ ସମ୍ପର୍କରେ ପଡିଥିବା ଗଣ୍ଠି ଏଥିରେ ବାଧା ସୃଷ୍ଟି କରିପାରେ ।

ନାଗରିକ ସଂଶୋଧନ ବିଲ୍‌କୁ ନେଇ ପୂର୍ବରୁ ମଧ୍ୟ ଅନେକ ବିରୋଧ ପ୍ରଦର୍ଶନ କରାଯାଇଛି । ସଂସଦର ପୂର୍ବତନ ଅଧିବେଶନରେ ବିରୋଧୀ ଦଳ ଏକଜୁଟ ହୋଇ ଏହାର ବିରୋଧ କରିଥିଲେ । ଏହା ସହିତ ଉତ୍ତର ପୂର୍ବର ଅନେକ ରାଜ୍ୟ ଏହି ବିଲ୍‌କୁ ବିରୋଧ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଏଥିରେ ସଂଶୋଧନର ପ୍ରତିଶୃତି ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର 18ରୁ ଆରମ୍ଭ ହୋଇ ଡିସେମ୍ବର 13 ରେ ଶେଷ ହେବ । ଏହି ଅଧିବେଶନରେ ଦିଲ୍ଲୀରେ ଥିବା ବେଆଇନ କଲୋନୀକୁ ନିୟମ ପରିସରଭୁକ୍ତ କରିବା, ଡାକ୍ତରଙ୍କ ସୁରକ୍ଷା ସମେତ 27 ବିଲ୍‌ ସଂସଦରେ ଆଗତ ହେବ ।

ABOUT THE AUTHOR

...view details