ଓଡିଶା

odisha

ETV Bharat / bharat

ବେଙ୍ଗାଲୁରରେ ବିହାରୀ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଲକଡାଉନ ବେଳେ ବେଙ୍ଗାଲୁରୁର ଶ୍ରୀରାମପୁର ଅଞ୍ଚଳରୁ ଏକ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁହେଁ ବିହାରର ଥିଲେ। ଏହି ଦମ୍ପତି ସହରକୁ ଆସି କିଛି ଦିନ ପୂର୍ବରୁ ହିଁ ବୈବାହିକ ଜୀବନ ଆରମ୍ଭ କରିଥିଲେ |

bihari-couples-suicide-in-bangalore
ବେଙ୍ଗାଲୁରରେ ବିହାରୀ ଦମ୍ଫତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

By

Published : May 2, 2020, 3:50 PM IST

ବେଙ୍ଗାଲୁରୁ: ବିହାରୀ ଦମ୍ପତିଙ୍କ ଆତ୍ମହତ୍ୟା । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘର ମାଲିକ ସକାଳେ ବିଦ୍ୟୁତ୍ ବିଲ୍ ନେଇ ତାଙ୍କ ଘରେ ପହଞ୍ଚିବା ପରେ ଉଭୟଙ୍କ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବିହାରରୁ କର୍ଣ୍ଣାଟକକୁ ଆସିଥିବା ଏହି ଦମ୍ପତି ବେଙ୍ଗାଲୁରୁର ଶ୍ରୀରାମପୁରର ଦିନାନନ୍ଦ ରୋଡ ନିକଟରେ ଏକ ଘର ଭଡା ନେଇ ରହୁଥିଲେ। ଘରମାଲିକ କହିବା ଅନୁଯାୟୀ ଭଡାଘରେ 30 ବର୍ଷିୟ ସ୍ବାମୀ ବିଷ ପିଇ ଏବଂ ପତ୍ନୀ 26 ବର୍ଷ ପଙ୍ଖା ଫାଶୀଦେଇ ଆତ୍ମହତ୍ୟା କରିଛନ୍ତି। ଉଭୟ ଗତ ଚାରି ମାସ ହେଲା ଏହି ଘରେ ରହିଆସୁଥିଲେ।

ଘଟଣାର ପରେ ଘର ମାଲିକ ଶ୍ରୀରାମପୁର ପୋଲିସ ଷ୍ଟେସନକୁ ଏ ବିଷୟରେ ଜଣାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତରେ ଆରମ୍ଭ କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କେଉଁ କାରଣରୁ ଏଭଳି ଘଟଣା ଘଟିଛି ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details