ଓଡିଶା

odisha

ବିହାର ନିର୍ବାଚନ: ଆଜି 3ଟି ସ୍ଥାନରେ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି

By

Published : Oct 23, 2020, 10:02 AM IST

ବିହାର ନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି। ସାସରାମ, ଗୟା ଓ ଭାଗଲପୁରରେ NDA ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ମେଗା ପ୍ରସ୍ତୁତି ଶେଷ। ଅଧିକ ଖବର ପଢନ୍ତୁ...

ବିହାର ନିର୍ବାଚନ: ଆଜି 3ଟି ସ୍ଥାନରେ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି
ବିହାର ନିର୍ବାଚନ: ଆଜି 3ଟି ସ୍ଥାନରେ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି

ପାଟଣା: ବିହାର ନିର୍ବାଚନ ପାଇଁ ମାହୋଲ ସରଗରମ। ପ୍ରଚାର ପାଇଁ ମୈଦାନ ତୟାର ଥିବା ବେଳେ ଓହ୍ଲାଇଛନ୍ତି ହେଭିୱେଟ ଷ୍ଟାର କ୍ୟାମ୍ପନର। ତେବେ ପାଣିପାଗ ଓ ଭୋଟରଙ୍କୁ ନିଜ ନିଜ ଦଳ ଆଡକୁ ମନାଇବା ପାଇଁ କସରତ କରୁଛନ୍ତି ନେତା ଠୁ କର୍ମୀ। ଆଜି ଏହି କ୍ରମରେ ବିହାର ପ୍ରଚାର ମୈଦାନକୁ ଲମ୍ପ ମାରିଛନ୍ତି ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଶୁକ୍ରବାର ସାସାରାମ, ଭାଗଲପୁର ଓ ଗୟାରେ ନିର୍ବାଚନ ପ୍ରଚାର ପାଇଁ ରାଲି କରିବେ। ଆଜିଠାରୁ ବିହାରରେ ପ୍ରଧାନମନ୍ତ୍ରୀ ମୋଦି 12 ଟି ନିର୍ବାଚନ ରାଲି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।

ନିର୍ବାଚନ ପ୍ରଚାରରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁରୁବାର ମୋଦି ଟ୍ବିଟ କରି କହିଥିଲେ। ସାସାରାମ, ଗୟା ଓ ଭାଗଲପୁରରେ ରାଲିକୁ ସମ୍ବୋଧିତ କରିବି । ଏହି ସମୟରେ ଏନଡିଏର ବିକାଶ ଏଜେଣ୍ଡାକୁ ଜନତା-ଜନାର୍ଦ୍ଦନ ସମ୍ମୁଖରେ ରଖିବି ଏବଂ ସେମାନଙ୍କୁ ମେଣ୍ଟ ଲାଗି ଆଶୀର୍ବାଦ ମାଗିବି ।

ଏହାପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ଦାୟିତ୍ବରେ ଥିବା ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିହାରରେ ଏନଡିଏ ପ୍ରାର୍ଥୀଙ୍କ ପାଇଁ 12 ଟି ନିର୍ବାଚନ ରାଲି କରିବେ। ଅକ୍ଟୋବର 23 ରେ ସେ ସାସରାମରେ ରାଲି କରିବେ। ପରେ ଗୟା ଏବଂ ଭାଗଲପୁର , ଅକ୍ଟୋବର 28 ରେ ପ୍ରଧାନମନ୍ତ୍ରୀ ଦାରବଙ୍ଗା, ମୁଜାଫରପୁର ଏବଂ ପାଟନାରେ ରାଲି କରିବେ। ନଭେମ୍ବର 3 ରେ ସେ ଚାପରା, ପୂର୍ବ ଚମ୍ପରନ ଏବଂ ସାମସ୍ତିପୁରରେ ରାଲି କରିବେ। ନଭେମ୍ବର 3 ରେ ପଶ୍ଚିମ ଚମ୍ପରାନ, ସାହାରା ଏବଂ ଆରାରିଆରେ ରାଲି କରିବେ। "

ବିଜେପି ସୂତ୍ର ଅନୁସାରେ ମୋଦିଙ୍କ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଡେହରୀ ଓ ଭାଗଲପୁର ରାଲିରେ ରହିବେ । ଗୟାରେ ମୋଦିଙ୍କ ସହିତ ରାଜୀବ ରଂଜନ ସିଂହ ଲଲନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନ ରାମ ମାଝୀ ରହିବେ ।

ବିହାର ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ - ଅକ୍ଟୋବର 28, ନଭେମ୍ବର 3, ଏବଂ 7 ଏବଂ ଭୋଟ୍ ଗଣନା ନଭେମ୍ବର 10 ରେ ହେବ। ଏହା ପୂର୍ବରୁ ଆଜି ମୋଦିଙ୍କ ବ୍ୟତୀତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଜସ୍ବୀଙ୍କ ପାଇଁ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।

ABOUT THE AUTHOR

...view details