ଓଡିଶା

odisha

ETV Bharat / bharat

ବିହାରରେ ହାଇ ଆଲର୍ଟ, ନେପାଳ ସୀମା ଦେଇ ଆତଙ୍କୀ ହମଲା ଆଶଙ୍କା

ହାଇ ଆଲର୍ଟରେ ବିହାରର ସମସ୍ତ ଜିଲ୍ଲା। ସମ୍ଭାବ୍ୟ ଆତଙ୍କୀ ହମଲା ଆଶଙ୍କା କରି ହାଇ ଆଲର୍ଟ ଜାରି କରିଛନ୍ତି ବିହାର ସରକାର। ବିହାର ସ୍ପେଶାଲ ବ୍ରାଞ୍ଚର ସୂଚନାକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।

By

Published : Jun 29, 2020, 11:45 AM IST

ବିହାରରେ ହାଇ ଆଲର୍ଟ, ନେପାଳ ସୀମା ଦେଇ ଆତଙ୍କୀ ହମଲା ଆଶଙ୍କା
ବିହାରରେ ହାଇ ଆଲର୍ଟ, ନେପାଳ ସୀମା ଦେଇ ଆତଙ୍କୀ ହମଲା ଆଶଙ୍କା

ପାଟଣା: ହାଇ ଆଲର୍ଟରେ ବିହାରର ସମସ୍ତ ଜିଲ୍ଲା। ସମ୍ଭାବ୍ୟ ଆତଙ୍କୀ ହମଲା ଆଶଙ୍କା କରି ହାଇ ଆଲର୍ଟ ଜାରି କରିଛନ୍ତି ବିହାର ସରକାର। ବିହାର ସ୍ପେଶାଲ ବ୍ରାଞ୍ଚର ସୂଚନାକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ନେପାଳ ସୀମା ଦେଇ ବିହାରରେ ତାଲିବାନ ଏବଂ ଜୈଶ- ଇ- ମହମ୍ମଦ ଆତଙ୍କବାଦୀ ପ୍ରବେଶ କରି ହମଲା କରିବା ନେଇ ସତର୍କତା ଜାରି ହୋଇଛି।

ଗୁଇନ୍ଦା ସୂଚନା ମୁତାବକ, ନେପାଳ ସୀମା ଦେଇ ପାକିସ୍ତାନୀ ସେନା ଦ୍ୱାରା ତାଲିମ ପ୍ରାପ୍ତ ପ୍ରାୟ 5-6 ତାଲିବାନ ଏବଂ ଜୈଶ ଆତଙ୍କବାଦୀଙ୍କୁ ବିହାର ପଠାଇବାକୁ ଆଇଏସଆଇ ଏକ ଯୋଜନା ପ୍ରସ୍ତୁତ କରିଛି।

ମିଳିଥିବା ସୂଚନା ଅନୁସାରେ ଏନଆଇଏ କଣ୍ଟ୍ରୋଲ ରୁମରେ ଏକ ଧମକପୂର୍ଣ୍ଣ ଇମେଲ ଆସିଛି। କେନ୍ଦ୍ର ଗୃହମନ୍ତ୍ରୀ ତଥା ଅନ୍ୟ ବିଜେପି ନେତାଙ୍କ ନାମ ଏହି ହିଟ୍ ତାଲିକାରେ ଦର୍ଶାଯାଇଥିବା କୁହାଯାଇଛି।

ଏପଟେ କାଶ୍ମୀର ଆତଙ୍କବାଦୀ, ମୁସଲିମ ସଙ୍ଗଠନର ପାଣ୍ଠି ଆଦାନ ପ୍ରଦାନ, ଆତଙ୍କୀ ଗତିବିଧି, ସ୍ଥାନୀୟ ଆତଙ୍କୀ ସହ ସହଯୋଗୀଙ୍କ ଉପରେ ତୀଷ୍ମ ନଜର ରଖିବାକୁ ଗୁଇନ୍ଦା ନିର୍ଦ୍ଦେଶ। ଏହାସହ ବିହାର ଏବଂ ଜମ୍ମୁ କାଶ୍ମୀରରେ ଭିଭିଆଇପି ଗ୍ରସ୍ତ ବେଳେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷ ମଧ୍ୟ ଏଭଳି ଧମକ ପ୍ରତି ସମ୍ବେଦନଶୀଳ ହୋଇପାରନ୍ତି ବୋଲି ଆଦେଶରେ ଦର୍ଶାଯାଇଛି।

ABOUT THE AUTHOR

...view details