ଓଡିଶା

odisha

ETV Bharat / bharat

ଆଚରଣ ବିଧି ଉଲ୍ଲଂଘନ କଲେ ବିହାର ମନ୍ତ୍ରୀ, ମାମଲା ରୁଜୁ - ଆଚରଣ ବିଧି ଉଲଂଘନ

ବିହାର ମନ୍ତ୍ରୀ ତଥା ବିଜେପି ନେତା ପ୍ରେମ କୁମାର ବୁଧବାର ଆଚରଣ ବିଧି (MCC) କୁ ଉଲ୍ଲଂଘନ କରିଛନ୍ତି । ସେ ନିଜ ଦଳ ଚିହ୍ନର ମାସ୍କ ଓ ଷ୍ଟୋଲ ପିନ୍ଧି ଭୋଟିଂ ବୁଥରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ...

ଆଚରଣ ବିଧି ଉଲଂଘନ କଲେ ବିହାର ମନ୍ତ୍ରୀ
ଆଚରଣ ବିଧି ଉଲଂଘନ କଲେ ବିହାର ମନ୍ତ୍ରୀ

By

Published : Oct 28, 2020, 2:08 PM IST

ପାଟନା: ବିହାର ମନ୍ତ୍ରୀ ତଥା ବିଜେପି ନେତା ପ୍ରେମ କୁମାର ବୁଧବାର ଆଚରଣ ବିଧି (MCC) କୁ ଉଲ୍ଲଂଘନ କରିଛନ୍ତି । ସେ ନିଜ ଦଳର ଚିହ୍ନର ମାସ୍କ ଓ ଷ୍ଟୋଲ ପିନ୍ଧି ଭୋଟିଂ ବୁଥରେ ପହଞ୍ଚିଥିଲେ । ରାଜ୍ୟ କୃଷି ମନ୍ତ୍ରୀ ପ୍ରେମ କୁମାର ଆଜି ଗୟାରେ 120 ନମ୍ବର ବୁଥକୁ ସାଇକେଲ ଚଲାଇ ପହଞ୍ଚିଥିଲେ ।

ଦଳର ପ୍ରତୀକ ବ୍ୟବହାରକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ତାଙ୍କ କାର୍ଯ୍ୟ କୌଣସି ଆଚରଣ ବିଧିର ଉଲ୍ଲଂଘନ କରୁ ନାହିଁ । ଖବର ଅନୁଯାୟୀ, ନିର୍ବାଚନ ଆୟୋଗ ପ୍ରେମ କୁମାରଙ୍କ କାର୍ଯ୍ୟକଳାପ ବିରୋଧରେ ମାମଲା ରୁଜୁ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଡା ସୁରକ୍ଷା ଏବଂ କୋଭିଡ-19 ନିର୍ଦ୍ଦେଶାବଳୀ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ବିହାରର 71 ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ସକାଳେ ମତଦାନ ଆରମ୍ଭ ହୋଇଛି। ପ୍ରାୟ 2.15 କୋଟି ଭୋଟରଙ୍କ ମଧ୍ୟରୁ 1.12 କୋଟି ପୁରୁଷ ଭୋଟର, 1.01 କୋଟି ମହିଳା ଏବଂ 599 ତୃତୀୟ ଲିଙ୍ଗ ଭାବରେ ବର୍ଗୀକୃତ ହୋଇଛନ୍ତି । ନିର୍ବାଚନ ଆୟୋଗ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟ, ପ୍ରଥମ ପର୍ଯ୍ୟାୟରେ 952 ପୁରୁଷ ଏବଂ 114 ମହିଳା ଅନ୍ତର୍ଭୁକ୍ତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details