ଓଡିଶା

odisha

ETV Bharat / bharat

ଜୁଲାଇ 10 ପର୍ଯ୍ୟନ୍ତ ବନ୍ଦ ରହିବ ବିହାର ବିଧାନ ପରିଷଦ ଭବନ

ଜୁଲାଇ 10 ପର୍ଯ୍ୟନ୍ତ ବନ୍ଦ ରହିବ ବିହାର ବିଧାନ ପରିଷଦ ଭବନ । ବିଧାନ ପରିଷଦ ସଭାପତି ଆବଧେଶ ନାରାୟଣ ସିଂ କୋରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ବିହାର ବିଧାନ ପରିଷଦକୁ ଜୁଲାଇ 10 ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ...

By

Published : Jul 7, 2020, 6:48 PM IST

ଜୁଲାଇ 10 ପର୍ଯ୍ୟନ୍ତ ବନ୍ଦ ରହିବ ବିହାର ବିଧାନ ପରିଷଦ ଭବନ
ଜୁଲାଇ 10 ପର୍ଯ୍ୟନ୍ତ ବନ୍ଦ ରହିବ ବିହାର ବିଧାନ ପରିଷଦ ଭବନ

ପାଟଣା: ଜୁଲାଇ 10 ପର୍ଯ୍ୟନ୍ତ ବନ୍ଦ ରହିବ ବିହାର ବିଧାନ ପରିଷଦ ଭବନ । ବିଧାନ ପରିଷଦ ସଭାପତି ଆବଧେଶ ନାରାୟଣ ସିଂ କୋରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ବିହାର ବିଧାନ ପରିଷଦକୁ ଜୁଲାଇ 10 ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାଟନାରେ ମହାମାରୀ କୋରୋନା ସଂକ୍ରମଣର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ବିଧାନ ପରିଷଦ ଭବନକୁ ପରିମଳ କରାଯାଇଛି ଏବଂ ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ସହିତ ଜଡିତ ସମସ୍ତଙ୍କ ପରିଷଦର ଭବନରେ ପ୍ରବେଶକୁ ଜୁଲାଇ 10 ପର୍ଯ୍ୟନ୍ତ ବାରଣ କରାଯାଇଛି।

ଏପରିକି ସେମାନଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତ ଲୋକଙ୍କ covid-19 ପରୀକ୍ଷା କରିବା ପାଇଁ ନମୁନା ନିଆଯାଇଛି । କେବଳ ସେହି ଲୋକମାନେ ବିଧାନ ପରିଷଦକୁ ଆସିପାରିବେ ଯେଉଁମାନେ ଆଗାମୀ ଅଧିବେଶନ ପାଇଁ ପ୍ରସ୍ତୁତି ସହିତ ସଂଯୁକ୍ତ ଅଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଅଗଷ୍ଟ 3 ରୁ 6 ପର୍ଯ୍ୟନ୍ତ ବିହାରରେ ମୌସୁମୀ ଅଧିବେଶନ ଘୋଷଣା କରାଯାଇଛି।

ABOUT THE AUTHOR

...view details