ଓଡିଶା

odisha

ETV Bharat / bharat

ଆମ୍ବୁଲାନ୍ସ ନଆସିବାରୁ ଚାଲିଗଲା 3 ବର୍ଷ ଶିଶୁର ଜୀବନ

ଲକଡାଉନ ଯୋଗୁଁ ଚାରିଆଡେ ବନ୍ଦ ରହିଛି ସମସ୍ତ ଗାଡିମଟର । ଏହି ପ୍ରରିପେକ୍ଷିରେ ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ନଆସିବାରୁ ବିହାରରେ ପ୍ରାଣ ହରାଇଲା ଏକ ନିରୀହ ଶିଶୁ । ଅଧିକ ପଢନ୍ତୁ...

Bihar
ଲକଡାଉନ ଯୋଗୁଁ ଚାରିଆଡେ ବନ୍ଦ ରହିଛି ସମସ୍ତ ଗାଡିମଟର

By

Published : Apr 11, 2020, 3:37 PM IST

ପାଟନା: କୋରୋନା ଭାଇରସ ମୁକାବିଲା ପାଇଁ ସର୍ବଦା ସଜାଗ ରହୁଛି ସ୍ବାସ୍ଥ୍ୟ ବିଭାଗ । ହେଲେ ଏହି ସମୟରେ ବିଭାଗର ଅବହେଳା ଖବର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଠାରେ ଆମ୍ବୁଲାନ୍ସ ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ତିନି ବର୍ଷର ନିରୀହ ଶିଶୁର ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହି ମାମଲା ସାମ୍ନାକୁ ଆସିବା ପରେ ବିହାରର ଜୋହାନାବାଦରେ ଜିଲ୍ଲା ମାଜିଷ୍ଟ୍ରେଟ ଏହି ଘଟଣାର ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଲକଡାଉନ ଯୋଗୁଁ ଚାରିଆଡେ ବନ୍ଦ ରହିଛି ସମସ୍ତ ଗାଡିମଟର

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଶନିବାର କହିଛନ୍ତି ଯେ, ଅରୱାଲ ଜିଲ୍ଲାର ଶାହାପୁର ଗାଁର ଜଣେ ବାସିନ୍ଦା ଗିରଜେଶ କୁମାର ଶୁକ୍ରବାର ତାଙ୍କର 3 ବର୍ଷର ଅସୁସ୍ଥ ପୁଅଙ୍କ ସହ ଚିକିତ୍ସା ପାଇଁ ଜେହାନାବାଦ ସାଦର ଡାକ୍ତରଖାନାରେ ପହଞ୍ଚିଥିଲେ । ଅସୁସ୍ଥ ଶିଶୁର ଅବସ୍ଥା ଦେଖିବା ପରେ ଡାକ୍ତରମାନେ ଏହାକୁ ପାଟନା ମେଡିକାଲ କଲେଜ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ।

ଗିର୍ଜେଶ କୁମାର ଅଭିଯୋଗ କରିଛନ୍ତି ଯେ ରେଫର ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ସୁବିଧା ମିଳିନାହିଁ। ଗିର୍ଜେଶ ଗଣମାଧ୍ୟମକୁ କହିଛନ୍ତି, “ସମସ୍ତ ଉଦ୍ୟମ ସତ୍ତ୍ୱେ ପ୍ରଶାସନ ଆମ୍ବୁଲାନ୍ସ ବ୍ୟବସ୍ଥା କରିପାରିନଥିଲା ଏବଂ ଚିକିତ୍ସା ଅଭାବରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା। ସେ ଆହୁରୀ କହିଛନ୍ତି ଯେ, ଲକଡାଉନ ଯୋଗୁଁ କୌଣସି ଘରୋଇ ଯାନ ମଧ୍ୟ ଉପଲବ୍ଧ ନାହିଁ ।

ABOUT THE AUTHOR

...view details